କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଓ ଗଣ ଧାରଣା

ଆଜି କେନ୍ଦ୍ରାପଡା ଜିଲ୍ଲାର ଜଜାଂଗ ସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଫାଟକ କଡେରେ କେନ୍ଦ୍ରାପଡା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ଵର ବେହେରାଙ୍କ ସଭାପତିତ୍ବରେ ଏବଂ ରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଏବଂ କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କ ଓ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ନେତୃତ୍ୱରେ ଦେଶରେ ହେଉଥିବା ଶିଶୁ ହତ୍ୟା, ଶିଶୁ ଅପହରଣ ଓ ଶିଶୁ ନିର୍ଯ୍ୟାତନା ପରି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ନବୀନ ସରକାରଙ୍କର ଅପରଗତା ଓ ଚରମ ବିଫଳତା ପ୍ରତିବାଦରେ ଏକ ଗଣ ବିକ୍ଷୋଭ ସହିତ ଗଣ ଧାରଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜେଡି ବା ନବୀନ ସରକାରଙ୍କ ଅପରଗତାକୁ ମୂଖ୍ୟ ଅସ୍ତ୍ର ବାଆୟୁଧ୍ୟ କରି କଂଗ୍ରେସ ନେତାମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଏବଂ ନାରାବାଜୀ ଦେବା ସଂଗେ ସଂଗେ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ରାଜ୍ୟ ସରକାର ବିରୋଧି ଏବଂ ଦିନକୁ ଦିନ ଆଇନ୍ କାନୁନ୍ ଉପରୁ ସାଧାରଣ ଜନତାଙ୍କ ଆଶା ବିଶ୍ୱାସ ତୁଟି ଯାଉଥିବା ଭଳି ବିଷୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ କଂଗ୍ରେସ ନେତା ଚିନ୍ମୟୀ ବେହେରା, ଫକୀର ଖଟୁଆ, ମୁକ୍ତାର ଖାଁ, ଶିବ ପ୍ରସାଦ ବିଶ୍ବାଳ, ଆଇଜିବୀ ବିଦୁଭୂଷଣ ମହାପାତ୍ର ଏବଂ ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଏହି ଗଣ ଧାରଣା ବା ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ଆଗକୁ ବଢିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଚାଲନ୍ତୁ ସିଧାସଳଖ ଦେଖିବା ଗଣମାଧ୍ୟମ ଆଗରେ କଂଗ୍ରେସ ନେତାମାନେ କିପ୍ରକାର ରାଜ୍ୟ ସରକାରଙ୍କ ବିରୋଧାତ୍ମକ ମନ୍ତବ୍ୟ ରଖୁଛନ୍ତି ସେମାନଙ୍କ ମୁହଁରୁ ସିଧା ସଳଖ ଶୁଣିବା ।


କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here