ଓ୍ବେସ୍କୋ ଘରୋଇ କରଣକୁ ବିରୋଧ ,ବିଭିନ୍ନ ଶ୍ରମିକ ସଂଗଠନର ସମର୍ଥନ : ରାଜଗାଙ୍ଗପୁର

ୱେସ୍କୋ ଘରୋଇକରଣ କୁ ବିରୋଧ କରି ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଞ୍ଜିନିୟର୍ସ ଏକତା ମଞ୍ଚ ତରଫରୁ ଏବଂ ୱେଷ୍ଟେର୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଙ୍ଘ ତରଫରୁ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ପଟ୍ଟନାୟକ ୧୬ ତାରିଖରୁ ଏକତରଫା ଘରୋଇକରଣ ବିରୁଦ୍ଧରେ ହୋଇଆସୁଥିବା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ କହିଥିଲେ ଯଦି ସରକାର ବା ଓଇଆର୍ଶୀ ବା ଗ୍ରୀଡ୍କୋ ବା ଶକ୍ତି ବିଭାଗ ଆଲୋଚନା ନକରି ବା ସମାଧାନ ନକରି ବା ଘରୋଇକରଣ କୁ ବନ୍ଦ ନକରି ଏକତରଫା ଭାବେ ଘରୋଇକରଣ କରନ୍ତି ତାହେଲେ ଆଗାମୀ ପରିସ୍ଥିତି ଭୟା ଭୟ ହେବ ତାହାପାଇଁ ସରକାର ଦାଇରହିବେ। ରାଜଗାଙ୍ଗପୁର ସ୍ଥିତ ଓ୍ବେସ୍କୋ କଲୋନୀରେ ଥିବା କାର୍ଯ୍ୟାଳୟରେ ଶହ ଶହ ଶ୍ରମିକ ଉପସ୍ଥିତ ରହି ଆଜକୁ ୫ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟ ସରକାର ବିରୁଦ୍ଧରେ । ରାଜ୍ୟ ସରକାର ନେସ୍କୋ ଓ ଓ୍ବେସ୍କୋକୁ ଘରୋଇ କରଣ କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତା ପୂର୍ବରୁ କାର୍ଯ୍ୟରତ ଥିବା ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଏବଂ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ଗ୍ରହଣ କରିବେ ଅନ୍ୟଥା ଏହି ଆନ୍ଦୋଳନର ନିଆଁ କୂହୁଳି ଶେଷରେ ବଡ ଧରଣର ମହାଆନ୍ଦୋଳନ ହେବ ସାରା ରାଜ୍ୟରେ ବୋଲି ଏକତା ମଞ୍ଚର ସାଧାରଣ ସମ୍ପାଦକ ମୈ।ସୁମୀ ଦାସ ମତବ୍ୟକ୍ତ କରିଥିଲେ । ଟାଟା କମ୍ପାନୀକୁ ନେସ୍କୋ ଓ ଓ୍ବେସ୍କୋକୁ ବିକ୍ରି କରିବା ପୂର୍ବରୁ ବାରମ୍ବାର ଏ ବିଷୟରେ ଚିନ୍ତା କରିବା ଦରକାର ବୋଲି ମଧ୍ୟ କହିଥିଲେ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here