ଆସନ୍ତା ମାସ ୧୭ ତାରିଖରୁ ପଲସ ପୋଲିଓ ଟୀକାକରଣ ଅଭିଯାନ: ପୁରୀ

ଆସନ୍ତା ମାସ ୧୭ ତାରିଖରୁ ୩ ଦିନ ଧରି ଜିଲ୍ଲାରେ ପଲସ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଜିଲ୍ଲାରେ ୫ ବର୍ଷ ବୟସରୁ କମ୍ ଏକ ଲକ୍ଷ ୮୩ ହଜାର ୫୦୮ ଜଣ ଶିଶୁଙ୍କୁ ଟୀକାକରଣ କରାଯିବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆସନ୍ତା ୧୭ ତାରିଖରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ଆଦି ବୁଥସ୍ତରରେ ଟୀକାକରଣ କରାଯିବ । ଏଥିପାଇଁ ୭୪୬ଟି ବୁଥ ଚିହ୍ନଟ କରାଯାଇଛି । ପରବର୍ତ୍ତୀ ଦୁଇଦିନ ଅର୍ଥାତ ୧୮ ଓ ୧୯ ତାରିଖରେ ଘରକୁ ଘର ବୁଲି ଟୀକାକରଣ କରାଯିବ । ଏହି ଅଭିଯାନରେ ୩ ଲକ୍ଷ ୬୩ ହଜାର ୩୮ଟି ଘର ସାମିଲ ହେବ । ଏତଦ୍ ବ୍ୟତୀତ ବାହାରୁ ପୁରୀକୁ ପର୍ଯ୍ୟଟକ ଭାବେ ଆସୁଥିବା ପରିବାର, ବୁଲାବେପାରୀ ଏବଂ ଯାଯାବର ଗୋଷ୍ଠୀର ଶିଶୁ ମାନଙ୍କୁ ମଧ୍ୟ ସାମିଲ କରାଯିବ । ଏଥିନିମନ୍ତେ ଶ୍ରୀ ମନ୍ଦିର ନିକଟ, ବସଷ୍ଟାଣ୍ଡ, ଷ୍ଟେସନ, ସମୁଦ୍ରକୂଳ ଆଦି ୨୮ଟି ସ୍ଥାନରେ ମଧ୍ୟ ଟୀକାକରଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପୁରୀରେ ୬ଟି ଏବଂ ବ୍ଲକ ସ୍ତରରେ ୨୨ଟି ସ୍ଥାନ ଚିହ୍ନଟ କରାଯାଇଛି । ଏଥିପାଇଁ ୧୮ଟି ମୋବାଇଲ ଟିମ ଗଠନ କରାଯାଇଛି । ଏହି ଅଭିଯାନରେ ୨ ଲକ୍ଷ ୩୩ ହଜାର ୫୬ ଡୋଜ ଟିକା ବ୍ୟବସ୍ଥା ସହ ୨ ହଜାର ୯୮୪ ଜଣ ଟିକାଦାତା ଏବଂ ୧୪୯ ଜଣ ସୁପର ଭାଇଜର ନିଯୁକ୍ତ ହେବେ । ଏହି ଅଭିଯାନରେ ସିଡିପିଓ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ବେଚ୍ଛାସେବୀ, ରୋଟାରୀ କ୍ଲବ, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରାଯିବ । ଏଥିନିମନ୍ତେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଏଡିଏମ୍ଓ ଡଃ ବିରଜା ଶଙ୍କର ରଥ, ଡଃ ଦେବୀ ପ୍ରସନ୍ନ ମହାପାତ୍ର, ଡିପିଏମ୍ଓ ଟି. ନାରାୟଣ ରାଓ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ରୋଟାରୀ କ୍ଲବ ଜାଗନ୍ନାଥଧାମ ସଂପାଦକ ଶ୍ରୀ ଦେବଦତ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here