ଭିତରକନିକା ଆକାଶରେ ବିଦେଶୀ ଅତିଥିଙ୍କ ଭିଡ : କେନ୍ଦ୍ରାପଡ଼ା

ପଟ୍ଟାମୁଣ୍ଡାଇ : ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ଭିତରକନିକା । ଦେଶ ବିଦେଶ ପକ୍ଷୀଙ୍କର ତୀର୍ଥସ୍ଥଳୀ ଭାବେ ପରିଚିତ ଭିତରକନିକା ଏବେ ମୁଖରିତ ହୋଇ ଉଠିଛି। ରଂଗ ବେରଂଗର ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଛି ଭିତରକନିକା । ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ବିଦେଶାଗତ ପକ୍ଷୀମାନେ ଏବେ ଭିଡ଼ ଜମାଇଛନ୍ତି ଏଠାକାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମୀରେ। ପକ୍ଷୀମାନଙ୍କର ଆଗମନ, ନୀଳ ଆକାଶରେ ଦଳ ଦଳ ହୋଇ ଉଡିବା, ଆର୍ଦ୍ରଭୂମିରେ ଜଳକ୍ରୀଡା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ବୀଗୁଣିତ କରିଛି।
ଭିତରକନିକାରେ ପ୍ରାୟ ୮୦ ହଜାରରୁ ଅଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଆଗନ୍ତୁକ ପକ୍ଷୀଙ୍କ ମଧ୍ୟରେ ସାଇବେରୀୟ ବତକ, ସମୁଦ୍ର କାଉ, ଚାମଚ ଥଂଟିଆ, ଏରା, ଲାଲମୁଣ୍ତିଆ ବତକ, ପାତି ହଂସ, ନୀଳ ମୁଣ୍ତିଆ ସାରସ, ଧଳା ଲମ୍ବା ଚୁଚୁଦରି, ପେଂଟସ, ଫ୍ଲାଇକେଚର, କୋଟସ ଫିଂଟାଲିନ, ସୋଭେଲର, ଉଇଗେନ ହ୍ବାଇଟ, କରମୋରାଂଟ ବ୍ରାହିନୀ ଟି, ବାଡ ହେଡେଡ ଖୁସି, ହ୍ବାଇଟ ବିଲିଭ୍ ସି ପ୍ରଭୃତି ପ୍ରଜାତିର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି । ପ୍ରଚଣ୍ତ ଶୀତ ଦାୟରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ସମେତ ବିଦେଶରୁ ଆସିଥିବା ଏହି ପକ୍ଷୀମାନେ ଏବେ ସାତଭାୟା ଘେରି, ରାଇପାଟିଆ, ଅଗରନାସୀ ଦ୍ବୀପ, ବରୁଣେଇ ମୁହାଣ ସମେତ ଭିତରକନିକା ଜଙ୍ଗଲ ପ୍ରଭୃତି ସ୍ଥାନରେ ଦୃଶ୍ୟମାନ ହେଉଛନ୍ତି। ଆସନ୍ତା ୬ ତାରିଖ ଠାରୁ ଆଗନ୍ତୁକ ବିଦେଶାଗତ ପକ୍ଷୀଙ୍କ ଗଣନା କାର୍ଯ୍ୟ କରାଯିବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here