ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳୀ : ଜଗତସିଂହପୁର

ନବ ନିର୍ମାଣ କୃଷକ ସଂଗଠନ, ଜଗତସିଂହପୁର ଜିଲ୍ଲା ତରଫରୁ ଦିଲ୍ଲୀ ଚାଷୀ ଆନ୍ଦୋଳନରେ ସହିଦ୍ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ, ଜଗତସିଂହପୁର ଥାନା ଛକଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଗଠନର ଉପଦେଷ୍ଟା ବଂଶୀଧର ପଟ୍ଟନାୟକ ସଭାପତିତ୍ବ କରିଥିଲେ। ସଭା ଆରମ୍ଭରେ ସହିଦ୍ ୨୯ ଜଣ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା, ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ପଚିଶ ଦିନ ଧରି ହଜାର ହଜାର ଚାଷୀ ଖୋଲା ଆକାଶ ତଳେ ଶିତ କାକର ରାତିରେ ରାଜରାସ୍ତାକୁ ଉପରେ କୃଷି ନିୟମ ୨୦୨୦ ପ୍ରତ୍ୟାହାର ଦାବିରେ ଯେଉଁ ଧାରଣା ଚଳାଇ ରଖିଛନ୍ତି ସେଥିରେ ୩୦ ଜଣ ସହିଦ୍ ହୋଇ ସାରିଥିଲେ ମଧ୍ୟ ଅହଂକାରୀ ମୋଦି ସରକାର, ଚାଷୀଙ୍କ ପ୍ରତି ଦରଦ ପ୍ରଦର୍ଶନ କରିବା ପରିବର୍ତ୍ତେ ଶୀତ ଦିନରେ ଚାଷୀମାନଙ୍କ ଉପରେ ଥଣ୍ଡା ପାଣି ମାଡ଼ କରିବା, ଲାଠି ଚାର୍ଜ କରିବା ଭଳି ଅମାନୁଷିକ କାର୍ଯ୍ୟ କଳାପକୁ ନିନ୍ଦା କରିଥିଲେ ଚାଷୀ ନେତ୍ରୁବୃନ୍ଦ। ଆଜିର ଏଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ଚାଷୀ ନେତୃବୃନ୍ଦ ମାନେ ସହିଦ୍ ଚାଷୀ ମାନଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ସଂକଳ୍ପ ନେଇଥିଲେ।

ଜଗତସିଂହପୁର ଜିଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର କୁମାର‍ ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here