ମହାନଦୀକୁ ଡେଇଁଲେ ଇଞ୍ଜିନିୟରିଂ ଛାତ୍ର ନିଖୋଜ : ଜଗତସିଂହପୁର

ମୋବାଇଲ ଫୋନ୍ ମରାମତି ପାଇଁ ବାପାଙ୍କୁ ଟଙ୍କା ମାଗି ନ ପାଇବାରୁ ମହାନଦୀକୁ ଡେଁଇ ଯୁବକ ନିଖୋଜ । ଏମିତି ଏକ ଘଟଣା ଘଟିଛି କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତର କରତୁଠା ଗ୍ରାମରେ । ଏହି ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ପୁଅ ୨୧ ବର୍ଷୀୟ ଲକ୍ଷ୍ମୀକାନ୍ତ ନାୟକ ନିଜ ମୋବାଇଲ ଫୋନରେ ଡିସପ୍ଲେ ପକାଇବାକୁ ୫ ହଜାର ଟଙ୍କା ମାଗିଥିଲେ । ବାପା ଉମେଶ ଦେବାକୁ କହି ପରେ ନଦେବାରୁ ପୁଅ ଲକ୍ଷ୍ମୀକାନ୍ତ ଭଉଣୀ ସହ ଝଗଡ଼ା କରି ନିଜ ବାଇକରେ କୁଜଙ୍ଗ କୃଷି ଫାର୍ମକୁ ଯାଇ ପଥର ବନ୍ଧ ନିକଟରେ ଗାଡି ଓ ମୋବାଇଲକୁ ରଖି ଦେଇ ମହାନଦୀକୁ ଡେଁଇ ପଡିଥିଲା । ନଦୀରେ ମାଛ ଧରୁଥିବା କେତେକ ମତ୍ସ୍ଯଜୀବୀ ଏପରି ଅଭାବନୀୟ ଘଟଣା ଦେଖି କୁଜଙ୍ଗ ଥାନାକୁ ଜଣାଇଥିଲେ । ଥାନା ଆଇଆଇସି ପାରୋ ଟୁଡୁ ଘଟଣା ସ୍ଥଳରେ ପହଞ୍ଚି ମୋଟର ବାଇକ ଓ ମୋବାଇଲକୁ ଦେଖି ଯୁବକର ପରିଚୟ ପାଇଥିଲେ । ଉଦ୍ଧାର ପାଇଁ କୁଜଙ୍ଗ ଅଗ୍ନି ଶମ ବିଭାଗ ଓ ଓଡ୍ରାଫ ଟିମ୍ ପହଞ୍ଚି ଦିନ ତମାମ ଖୋଜା ଖୋଜି କଲାପରେ ମଧ୍ୟ ଅପରାହ୍ନ ୩ ଘ.୫୦ ମିନିଟ୍ ସୁଦ୍ଧା ଯୁବକ ଲକ୍ଷ୍ମୀକାନ୍ତ ର କୌଣସି ସନ୍ଧାନ ମିଳିପାରିନଥିଲା। ଓଡ୍ରାଫ ଟିମ୍ ସ୍କୁବା ଡାଇଭର ଆଣି ପାଣିରେ ବୁଡାଇ ଖୋଜାଇଥିଲା। ତିର୍ତୋଲ ଅଗ୍ନିଶମ ଅଧିକାରୀ କାର୍ତ୍ତିକ କୁମାର ବିଶ୍ବାଳ ନିଜର କର୍ମଚାରୀମାନଙ୍କୁ ନେଇ ପାୱାର ବୋଟ୍ ରେ ଖୋଜା ଖୋଜି କରିଥିଲେ । ଜିଆଇଟିରେ ଇଞ୍ଜିନିୟରିଂ ପଢୁଥିବା ଲକ୍ଷ୍ମୀକାନ୍ତଙ୍କର ମହାନଦୀରେ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କୁ ମର୍ମାହତ କରିଛନ୍ତି ।


ଜଗତସିଂହପୁର ଜ଼ିଲ୍ଲା ରୁ ଜ଼ିଲ୍ଲାପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here