ଅହେତୁକ ତୈଳ ବୃଦ୍ଧି ନେଇ ଯୁବ କଂଗ୍ରେସ ର ବିକ୍ଷୋଭ , ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲୀୟମ ମନ୍ତ୍ରୀଙ୍କ କୁସପୁତ୍ତଳିକା ଦାହ : ଜଗତସିଂହପୁର

ଅହେତୁକ ଭାବରେ ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ସ୍ଥାନୀୟ ଥାନା ଛକ ନିକଟରେ ବିକ୍ଷୋଭ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁସପୁତ୍ତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋବରେ ଜିଲା କଂଗ୍ରେସ ସଭାପତି ନଟବର ବାରିକ,ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲିକ,ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର, ପ୍ରଦୀପ୍ତ କୁମାର ସାହୁ ,ନିରଞ୍ଜନ ଦଳେଇ,ପପୁ ମଳିକ,କୃଷ୍ଣ ଚନ୍ଦ୍ର ପ୍ରଧାନ,ଅନୀଲ ଦାସ ଡ଼ଃ ଜଗଦାନନ୍ଦ ବେହେରା,ସୂର୍ଯ୍ୟକାନ୍ତ ସାହୁ,ସତ୍ୟ ମଲ୍ଲିକ, ଆଶିଷ କୁମାର ଗୋଛୟତ, ଡୁଲୁ ପରିଜା ଓ ବହୁ ଯୁବ ଛାତ୍ର କଂଗ୍ରେସ କର୍ମୀ ମାନେ ବିକ୍ଷୋବରେ ଯୋଗଦେଇ କେନ୍ଦ୍ରସରକାରଙ୍କ ବିରୋଧରେ ନରବାଜି କରିଥିଲେ । ଯଦି କେନ୍ଦ୍ର ସରକାର ତୈଳଦର ବୃଦ୍ଧି କୁ ନକମାନ୍ତି ତାହେଲେ କଂଗ୍ରେସ ଦଳ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଜଗତସିଂହପୁର ଜିଲା ରୁ ଜିଲାପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here