ଆଜି କେନ୍ଦ୍ରାପଡା ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକଙ୍କୁ ଓଡିଶା ଲାଇଭ୍ ଟିଭି ଚ୍ୟାନେଲ ପରିବାର ପକ୍ଷରୁ କରୋନା ଯୋଦ୍ଧା ଭାବେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନାରାୟଣ ପତି, ବିଜ୍ଞାନ ଶିକ୍ଷକ ଓ ସମାଜସେବୀ ଶ୍ରୀଯୁକ୍ତ ପାର୍ଥ ସାରଥୀ ବେହେରା, ଓଡ଼ିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ଏବଂ ସମାଜସେବୀ ମାନସ କୁମାର ସାହୁ ଏବଂ ଓଡିଶା ଲାଇଭ୍ ଟିଭିର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ଦୂର୍ଗା ପ୍ରସାଦ ପତି, ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଏବଂ ସଂଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସତ୍ୟପ୍ରିୟ ଦାସ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।
କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।