ଆଜି ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ 5Tର ସଚିବ ଭି.କେ. ପାଣ୍ଡିଆନ ଓ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ସମେତ ଏକ ଉଚ୍ଚ ସ୍ତରୀୟ ଦଳ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ଗୁଡିକୁ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏହି ପ୍ରସ୍ତାବିତ ବନ୍ଦର ଅଂଚଳ ଗୁଡିକର ଭିତ୍ତିଭୂମିର ବିକାଶ ସହିତ ଯେପରି ରାସ୍ତାଘାଟର ସୁବିଧା, ରେଳ ଯୋଗାଯୋଗ ନିମନ୍ତେ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦାଇତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦୦ ହେକ୍ଟର ଜମି ଯୋଗାଇ ଦିଆ ଯିବାକୁ ମଧ୍ୟ ଚିହ୍ନଟି କରଣ ହୋଇଥିବା ବେଳେ ଆଉ ଅବଶିଷ୍ଟ ଆବସାକୀୟ ଜମି ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ଉପସ୍ଥିତ ସଚୀବ ମାନେ ପରାମର୍ଶ ଦେବା ସହିତ ମତ ବ୍ୟକ୍ତ କରିଛନ୍ତି ।