ବାପ “ମା”ଙ୍କ ମୃର୍ତ୍ୟୁ ପରେ ଚାକିରୀ ପାଇବରୁ ବଞ୍ଚିତ ଶତାଧିକ ପରିବାର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ ।

ଆଜି କେନ୍ଦ୍ରାପଡା ଜିଲ୍ଲାର ସରକାରୀ ଚାକିରୀରେ ଥାଇ ମୃର୍ତ୍ୟୁ ବରଣ କରିଥିବା ବାପ “ମା”ଙ୍କ ଶନ୍ତାନ ଶନ୍ତତି ଓ ପରିବାରର ଅନ୍ୟାନ୍ୟ ସଦସ୍ୟ, ସଦସ୍ୟା ମାନେ ଚାକିରୀ ବା ନିଯୁକ୍ତିରୁ ବଞ୍ଚିତ ହୋଇଥିବା ପ୍ରତିବାଦରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ତାଙ୍କ ମୂଖ୍ୟ କାର୍ଯ୍ୟାଳୟରେ ଭେଟି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଧେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଯେ-ଯଦି ଆଗାମୀ ଦିନରେ ତୁରନ୍ତ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାନଯାଏ ଏବଂ ସେମାନଙ୍କର ପ୍ରକୃର୍ତ ହକ୍ ସେମାନଙ୍କୁ ଫେରାଇ ଦିଆନଯାଏ । ତେବେ ଆଗାମୀ ଦିନରେ ସେମାନେ ସମସ୍ତେ ନିଶ୍ଚିନ୍ତ ରୂପେ ରାଜ ରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ଭୂବେନେଶ୍ଲର ଯାଇ ବିଧାସୌଧ ଆଗରେ ଧାରଣାରେ ବସିବେ ନବୀନ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଚାଲନ୍ତୁ ନା ସିଧା ସଳଖ ସେମାନଙ୍କ ମୁହଁରୁ ଶୁଣିବା କଣ ଏବଂ କି ପ୍ରକାର ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖୁଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here