ନୂତନ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ବିଜେୟୁ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବିଜେୟୁ ସାମ୍ବାଦିକ ସଙ୍ଘ ବୈଠକ ବଣେଇ ସହର ସ୍ଥିତ କମ୍ୟୁନିଟି ସେଣ୍ଟର ରେ ଦିନ ୧୨ ଟା ସମୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଣେଇ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ! ଉକ୍ତ ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ନୂତନ ବର୍ଷର ମାର୍ଚ୍ଚ ମାସରେ ବାର୍ଷିକ ବୈଠକ କରା ଯିବା ପାଇଁ ନିଷ୍ପତି ନିଆଗଲା।ବିଜେୟୁ ସାମ୍ବାଦିକ ସଙ୍ଘର ସଭାପତି ଡମ୍ବରୁ ପ୍ରଧାନଙ୍କ ଅଧକ୍ଷ୍ୟତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ସଭାପତି ଡମ୍ବରୁ ପ୍ରଧାନ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ , ଭବିଷ୍ୟତ ରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ରଖିଥିଲେ । ସଭାରେ ସଭାପତି ଡମ୍ବରୁ ପ୍ରଧାନ , ଉପସଭାପତି ନଗେଶ ଚନ୍ଦ୍ର ପାଢ଼ୀ ,ଅଶ୍ୱିନୀ କୁମାର ମହାନ୍ତ ସାଧାରଣ ସମ୍ପାଦକ ଗଗନ ବିହାରୀ ମହାରଣା , , କୋଷାଧ୍ୟକ୍କ୍ଷ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥାଇ ଅନ୍ୟମାନଙ୍କ ମଧ୍ୟରେ ରାକେଶ ପ୍ରଧାନ, ବସନ୍ତ କୁମାର କିଷାନ , ସନ୍ତୋଷ କୁମାର ଅଟି, ସଞ୍ଚିତା ସୁରଭି , କାର୍ତ୍ତିକ ଚନ୍ଦ୍ର ସାହୁ , ବିଦେଶିନୀ ପଟେଲ, ସୁନୀଲ ରଞ୍ଜନ ଦାଶ , ପଲ୍ଲବୀ ମହାନ୍ତ, ରମେଶ ଚନ୍ଦ୍ର ବେହେରା , ଉପସ୍ଥିତ ରହିଥିଲେ ଏବଂ ଶେଷରେ ସନ୍ତୋଷ କୁମାର ଅଟି ସଭାସାଙ୍ଗ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here