୨ ବାଇକ ମୁହାଁମୁହିଁ ଧକ୍କା , ଜଣେ ମୃତ , ଜଣେ ଗୁରୁତର : ରାଉରକେଲା

ଆଜି ରାଉରକେଲା ସହର ପାଇଁ ଅଶୁଭ ରବିବାର । ପୁନଶ୍ଚ ରାସ୍ତା ଦୁର୍ଘଟଣାରେ ଆଉ ଏକ ଅମୂଲ୍ୟ ଜୀବନ ଇହଲୀଳା ସମ୍ବରଣ କଲେ । ରାଉରକେଲା ସହର ଝିରପାଣି ପଞ୍ଚାୟତ ସମ୍ମୁଖରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ରାସ୍ତା ଉପରେ ଦୁଇ ପାର୍ଶ୍ୱରୁ ଆସୁଥିବା ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ଝିରପାଣି ପୋଲିଶ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ବାଇକକୁ ଜବତ କରିଛି । ଅନ୍ୟ ପଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ବାଇକ ଆରୋହୀଙ୍କୁ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣକର ମୃତ୍ୟୁ ଘଟିଥିଲା । ଅନ୍ୟ ବାଇକ ଆରୋହୀ ଜଣକ ଚିକିତ୍ସିତ ହେଉଛନ୍ତି ସରକାରୀ ଚିକିତ୍ସାଳୟରେ । ତେବେ ଉଭୟ ବାଇକ ଆରୋହୀଙ୍କ ପରିଚୟ ମିଳିପାରିନାହିଁ । ପୋଲିଶ ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here