ବଣଭୋଜି ପାଇଁ ଯାଇ ନଦୀରେ ଭାସିଯାଇ ଥିବା ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ଶବ ଉଦ୍ଧାର , ଜଣେ ନିଖୋଜ : ସୁନ୍ଦରଗଡ଼

ଅପରାହ୍ନ ବଣଭୋଜି ହେଲା କାଳ । ଅକାଳରେ ଚାଲିଗଲା ଦୁଇଟି ନାବାଳକର ଅମୁଲ୍ୟ ଜୀବନ । ନଦୀରେ ଗାଧୋଉ ଥିବା ସମୟରେ ଭାସିଯାଇଥିଲେ ୩ ଜଣ ନାବାଳକ ସ୍କୁଲ ଛାତ୍ର। ରାଉରକେଲା କୋଏଲ ନଦୀରେ ରବିବାର ଅପରାହ୍ନରେ ବଣଭୋଜି ପାଇଁ ଯାଇଥିବା ଏକ ଘରୋଇ ସ୍କୁଲର ୯ ଜଣ ନାବାଳକ ଦଶମ ଶ୍ରେଣୀର ଛାତ୍ରଙ୍କ ମଧ୍ୟରୁ ୩ ଜଣ ଛାତ୍ର ଗାଧୋଉଥିବା ବେଳେ ପ୍ରଖର ଜଳ ସ୍ରୋତ ରେ ଭାସି ଯାଇଥିଲେ । ରାଉରକେଲାରୁ ବଣଭୋଜି କରିବାକୁ ୯ ଜଣ ସ୍କୁଲ ଛାତ୍ର ବାଇକ ଓ ସ୍କୁଟି ଯୋଗେ ଝିରପାଣି ନିକଟସ୍ଥ କୋଏଲ ନଦୀର ଯାମ ସେରା ଘାଟକୁ ଯାଇଥିବା ବେଳେ ସେଥି ମଧ୍ୟରୁ ୩ ଜଣ ଛାତ୍ର କୋଏଲ ନଦୀରେ ଗାଧୋଉଥିଲେ । ଭାସିଯିବା ଖବର ପାଇ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାସି ଯାଇଥିବା ୩ ଜଣ ଯୁବକ କୌଶିକ ମଲିକ , ସୁଜନ ଶର୍ମା, ଭୁପେଶ ପ୍ରସାଦ। ସୁଜନଙ୍କ ଘର ଛେଣ୍ଡ ହୋଇଥିବା ବେଳେ କୌଶିକଙ୍କ ଘର ସେକ୍ଟର ୫ ଏବଂ ଭୁପେଶଙ୍କ ଘର ସେକ୍ଟର ୧୮ ରେ। ଅଗ୍ନିଶମ ବିଭାଗର ବହୁ ପରିଶ୍ରମ ପରେ ୨ ଜଣ ନାବାଳକଙ୍କ ଶବ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଯୁବକ ହେଉଛନ୍ତି ସୁଜନ ଶର୍ମା ଛେଣ୍ଡ କଳିଙ୍ଗ ବିହାର, ଅନ୍ୟ ଜଣକ ହେଉଛନ୍ତି ଭୁପେଶ ପ୍ରସାଦ ସେକ୍ଟର -୧୮ ର ବାସିନ୍ଦା । ଏମାନେ ସବୁ ଘରୋଇ ଇଂରାଜୀ ମାଧ୍ୟମର ୧୦ମ ଶ୍ରେଣୀର ଛାତ୍ର । ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ କୌଶିକ ମଲ୍ଲିକ ନାମକ ବୁଡି ଯାଇଥିବା ଛାତ୍ରର କୌଣସି ଅତ୍ତା ପତ୍ତା ମିଳି ପାରିନାହିଁ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here