ଭରତ ପେଟ୍ରୋଲ୍ ପମ୍ପ କର୍ମଚାରିଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର : ସୁନ୍ଦରଗଡ଼

ମାନସିକ ଦୁଶ୍ଚିନ୍ତା ମଣିଷର ଜୀବନ ନେଇପାରେ । କୌଣସି ପରିସ୍ଥିତି କୁ ସମ୍ମୁଖ କରିବାର ଦୁଃସାହସ କରି ନ ପାରି ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ ପେଟ୍ରୋଲ୍ ପମ୍ପର କର୍ମଚାରୀ l ମୃତ୍ୟୁ ନିକଟ ହୋଇ ଆସିବା ପରେ ଆତ୍ମହତ୍ୟା କରି ଇହଲୀଳା ସମ୍ବରଣ କରିଥିଲେ । ଆତ୍ମ ହତ୍ୟାର କାରଣ ଅଷ୍ପଷ୍ଟ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ବ୍ଯାଙ୍କ କଲୋନୀରେ ଥିବା ଭାରତ ପେଟ୍ରୋଲର ସ୍ଥାୟୀ କର୍ମଚାରୀ ଭାବେ ବିଶ୍ରାମ ଗୃହରେ ଆତ୍ମହତ୍ଯା କରିଥିବାର ପରିଲକ୍ଷିତ ହୋଇଛି l ତେବେ ସେ କେଉଁ କାରଣରୁ ଆତ୍ମହତ୍ଯା କଲେ ତାହା ତଦନ୍ତ ସାପେକ୍ଷ l ଖବର ପାଇ ବୀରମିତ୍ରପୁର ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆତ୍ମହତ୍ଯାର କାରଣ ଖୋଜିବା ନେଇ ତଦନ୍ତ ଜାରି ରଖିଛନ୍ତି I ଏ ବାବଦରେ ବୀରମିତ୍ରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ମୃତ ପେଟ୍ରୋଲ ପମ୍ପ କର୍ମଚାରୀ ସୋମରା କୁଜୁର ଓରଫ ସୁଜିତ( ୩୫) ସ୍ତାନୀୟ ପେଟ୍ରୋଲ ପମ୍ପ ପରିସରର ବାସିନ୍ଦା ବୋଲି ଜଣାପଡିଛି l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ବୀରମିତ୍ରପୁର ଥାନା ସୂତ୍ରରୁ ପ୍ରକାଶ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here