ରାଉରକେଲା ସହରରେ ହୋଟେଲରେ ଚାଲିଥିଲା ବେଆଇନ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୨ ଲକ୍ଷ ୨୭ ହଜାର ଟଙ୍କା ଜବତ ଓ ୧୨ ଜଣ ଗିରଫ

ରାଉରକେଲା ସହରରେ ବେଆଇନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପ୍ଲାଣ୍ଟସାଇଡ ପୋଲିଶ। ଗତ କାଲି ରାତିରେ ପ୍ଲାଣ୍ଟସାଇଡ ପୋଲିଶକୁ ସୂଚନା ମିଳିଥିଲା ଯେ ରାଉରକେଲା ରେଲୱେ ଷ୍ଟେସନ ନିକଟରେ ଗୁରୁଦ୍ୱାରା ରୋଡ଼ ସ୍ଥିତ ଏମଏନ ଇଣ୍ଟରନେସନାଲ ହୋଟେଲରେ ବେଆଇନ ଜୁଆ ଖେଳ ଚାଲିଛି। ଏହାକୁ ଆଧାର କରି ପ୍ଲାଣ୍ଟସାଇଡ ପୋଲିଶ ଏମଏନ ଇଣ୍ଟରନେସନାଲ ହୋଟେଲରେ ଚଢ଼ାଉ କରିଥିଲେ ଏବଂ ସେଠାରେ ଚାଲିଥିଲା ଜୁଆ ଖେଳ। ତେବେ ପ୍ଲାଣ୍ଟସାଇଡ ପୋଲିସ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛି। ୧୨ ଜଣ ଗିରଫ ଅଭିଯୁକ୍ତ ରାଉରକେଲା ସହରର ବିଭିନ୍ନ ଅଂଚଳରେ ବସବାସ କରନ୍ତି ଏବଂ ପେସାରେ ସମସ୍ତେ ହେଉଛନ୍ତି ବେପାରୀ । ତେବେ ଗିରଫ ହୋଇଥିବା ୧୨ ଜଣ ଅଭିଯୁକ୍ତ ମାନଙ୍କ ଠାରୁ ୨ଟି କାର ୨ଟି ବାଇକ ଓ ୩ଟି ସ୍କୁଟି ଜବତ କରାଯାଇଛି। ଏହାସହ ଜୁଆ ଖେଳରୁ ୧୫ଟି ମୋବାଇଲ ଫୋନ ସହ ୧୨ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଓ ୭ ଟି ସେଟ ତାଶ ଜବତ କରାଯାଇଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here