ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ସାହିତ୍ୟ ସଭା ଓ ପାଠ ଉତ୍ସବ ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଲୋକନାଥପୁର ସ୍ଥିତ ଛୁଆଳିଆ ଶକ୍ତିପୀଠ ଠାରେ କେନ୍ଦ୍ରାପଢା ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ମାସିକ ବୈଠକ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । କରୋନା ମହାମାରୀରେ ସରିଲା ୨୦୨୦ ଶିର୍ଷକ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥିଭାବେ ସତୀର୍ଥର ସଂମ୍ପାଦକ ଶ୍ରୀଯୁକ୍ତ ମନ୍ମୋଥ୍ ବରାଳ, ମୂଖ୍ୟ ବକ୍ତା ଭାବେ ବିଶିଷ୍ଟ ସଂଯୋଜିକା ଚାରୁଲତା ଭୂୟାଁ ଓ କବି ରାମକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ୨୦୨୦ ବର୍ଷର କରୋନା ମହାମାରୀର ଭୟଙ୍କର ପରିଣତି ସଂମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଏହା ଆମକୁ ଅନେକ ଶିକ୍ଷା ଦେଲା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମେଜର ଭରତ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଦେବା ସହିତ ପରିଚୟ ପ୍ରଦାନ କରିଥିଲେ ସଂମ୍ପାଦକ ଶ୍ରୀଯୁକ୍ତ ସ୍ୱପ୍ନାଂଶୁ କୁମାର ଦାସ ମାସିକ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ଶ୍ରୀଯୁକ୍ତ ସଂଞୟ କୁମାର ମଲ୍ଲିକ ସଭାପତିତ୍ବ କରିଥିଲେ । କବୟତ୍ରୀ ଚାରୁଲତା ଭୂୟାଁ ଓ କବି ଅଶୋକ କୁମାର ସାହୁଙ୍କ ମିଳିତ ସଂଯୋଜନାରେ କବିତା ପାଠ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କବି ଭରତ ଚରଣ ସାହୁ, ଇଶ୍ୱର ଚନ୍ଦ୍ର ପୃଷ୍ଟି, ଟିଟି କାନ୍ତ ନାୟକ, କବିତା ମୁଦୁଲି, ରଞନ ବାଇ, ଅମର ପ୍ରସାଦ ରାଉତ, ରଘୁନାଥ ସାହୁ, ପରମା ନନ୍ଦ ଥାଟୋଇ, ନୀରୂପମା ଦାସ, ଡଃ ରତ୍ନାକର ମଲ୍ଲିକ,ସଞୟ କୁମାର ମଥାନ, ଦିବାକର ରାଉତ, ନକୂଳ ଚରଣ ପୃଷ୍ଟି, ମଧୁସୁଦନ ନାୟକ, ରାଜକିଶୋର ସାମଲ ପ୍ରମୁଖ ପ୍ରାୟ ୩୦ ଜଣରୁ ଉର୍ଦ୍ଧ କବି ଓ କବୟତ୍ରୀ ମାନେ ସେମାନଙ୍କର ସ୍ୱରଚିତ କବିତା ଆବୃର୍ତ୍ତି କରିଥିଲେ । ଶେଷରେ ନନ୍ଦ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here