ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ : ପେଣ୍ଠକଟାସ୍ଥିତ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ସମୀକ୍ଷା କରିଛନ୍ତି । ପ୍ରାୟ ୧୩ ଏକର ପରିମିତ ଉକ୍ତ ଅଞ୍ଚଳରେ କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, କୁସ୍ତି, ଜିମ୍ନାଷ୍ଟିକ୍, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରିଡା ସାମଗ୍ରୀ ଉପଲବ୍ଧ ହେବା ସହ ଜିଲ୍ଲାରେ ପ୍ରତିଭାବାନ କ୍ରିଡାବିତ ମାନେ ସୃଷ୍ଟି ହେବେ । ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା କ୍ରିଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ୱାପକ୍ସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here