ନିଆଁ ଲାଗି ଜଳି ଗଲା ୩୦ ଟି ଧାନ ଗଦା : ନବରଙ୍ଗପୁର

ଡାବୁଗାଁ: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜୁନାପାଣି ଗ୍ରାମପଞ୍ଚାୟତ ଅଧୀନ ରବଣାଗୁଡା ଗ୍ରାମରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ୩୦ ଟି ଧାନ ଗଦା ନିଆଁ ଲାଗି ପୋଡ଼ିଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକର ଜୁନାପାଣି ଗ୍ରାମପଞ୍ଚାୟତ ଅଧୀନ ରବଣାଗୁଡା ଗ୍ରାମର ଗୁରୁବନ୍ଧୁ ଭତ୍ରା, ମନବୋଧ ଭତ୍ରା, ଚୈତନ ଭତ୍ରା, ଗଙ୍ଗାଧର ଭତ୍ରା, କୁମ ଭତ୍ରା, ମାନସିଂ ଭତ୍ରା, ବନସିଂ ଭତ୍ରା, ଉର୍ଦ୍ଧବ ଭତ୍ରା, ଖଗ ଗୌଡ, ସୁରେନ୍ଦ୍ରଭତ୍ରା, ମାଧବ ଗୌଡ, ମକରନ୍ଦ ଭତ୍ରା, ଭଗବାନ ଭତ୍ରା ଓ ଘାସିରାମ ପୂଜାରୀଙ୍କ ନିଜ ଜମିରେ ଚାଷ କରିଥିବା ଧାନ ଆଣି ଗୋଟିଏ ଖଳାରେ ଗଦା କରି ରଖି ଥିଲେ | ଆଜି ଅପରାହ୍ନରେ ସେହି ଧାନ ଗଦାରେ ଅଚାନକ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା | ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ | ତେଣୁ ଗ୍ରାମବାସୀ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ |ଦମକଳ ଗାଡି ପହଞ୍ଚିବା ବେଳକୁ ୮0% ଧାନ ପୋଡି ନଷ୍ଟ ହୋଇଯାଇଥିଲା | ଅଗ୍ନିସମ କର୍ମଚାରୀ ମାନେ ୨ ରୁ ୩ ଘଣ୍ଟା ପରିଶ୍ରମ କରି ନିଆଁ କୁ ଆୟତ୍ତ କରିଥିଲେ | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପାଖ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ | ସେହି ସମୟରେ ଧାନ ଗଡ ନିଆଁ ଲାଗିବା ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ଚାଷୀ ମାନଙ୍କୁ ଆଶ୍ଵାସନା ଦେଇଥିଲେ | ପରେ ଡାବୁଗାଁ ତହସିଲଦାର ଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ | ସମସ୍ତେ ଗରିବ ଚାଷୀ ହୋଇଥିବା ହେତୁ ଡାବୁଗାଁ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ କରି ଚାଷୀ ମାନଙ୍କୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ବିଧାୟକ ଙ୍କୁ ଅନୁରୋଧ କରିଥିଲେ | ଏଥିରେ ବିଧାୟକ ଙ୍କ ସମେତ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ମଧ୍ୟ ଘଟଣାସ୍ଥଳରେ ଚାଷୀ ମାନଙ୍କୁ ଆଶ୍ଵାସନା ଦେଇଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here