ଶାଳ କାଠ ଜବତ ,୩ ଗିରଫ :ନବରଙ୍ଗପୁର

ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଡାବୁଗାଁ ବନ ବିଭାଗ ଚଢାଉ କରି ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି | ଶୁକ୍ରବାର ଦିନ ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ୩ଟି ଶାଳ ଗଛ କାଟି ସିଲପଟ ତିଆରି କରୁଥିବା ବନ ବିଭାଗ ଖବର ପାଇ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ | ଚଢାଉ ସମୟରେ ଜଙ୍ଗଲ ମଧ୍ୟରୁ ୧ଟି ଶାଳ ସିଲପଟ , କିଛି ଚିରା କାଠ ଓ ୩ ଟି ଟାଙ୍ଗିଆ ଜବତ କରିବା ସହ ଘଟଣାସ୍ଥଳରୁ ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି | ସେମାନେ ସାନ କୋଇଲାରୀ ଗ୍ରାମର ସତ୍ୟ ପୂଜାରୀ (୩୧), ବଲରାମ ଗଣ୍ଡ (୩୬) ଓ ମଙ୍ଗରାଜ ଗୌଡ (୨୫) | ଆଜି ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ବନାଞ୍ଚଳ କାର୍ଯ୍ୟଳୟ କେସ ନଂ /୨୦୨୦-୨୧ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା ର କାଠର ଆନୁମାନିକ ସରକାରୀ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ପ୍ରକାଶ କରିଛନ୍ତି | ଏହି ଚଢାଉରେ ଦବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ରିତାରାଣୀ ବିଶ୍ଵାସରାୟ, କୁନ୍ତଳା କୁମାରୀ ଖୁରା ଓ ବନ କର୍ମଚାରୀ ମାନେ ସାମିଲ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.Tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here