ପୁରୀ ବିକାଶ ପରିଷଦ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି

ଆଗାମୀ ତିନି ବର୍ଷ ପାଇଁ ପରିଷଦ ର ନୂତନ କର୍ମକର୍ତା ନିର୍ବାଚନ କରାଯିବ ସହ ପରିଚାଳନା କମିଟି ଗଠନ କରାଯାଇଅଛି।
ସେଥିରେ ଶ୍ରୀଯୁକ୍ତ ଜଗନ୍ନାଥ ବସ୍ତିଆ ସଭାପତି, ସୁକାନ୍ତ ପଣ୍ଡା ଓ ଡ଼. ରାଧେଶ୍ୟାମ ରଥ ଉପସଭାପତି, ଦିଲୀପ କୁମାର ଓଝା ସମ୍ପାଦକ, ସ୍ୱାଧୀନ କୁମାର ପଣ୍ଡା ସଂଗଠନ ସମ୍ପାଦକ, ପ୍ରନ୍ତ୍ୟସେନି ଜେନା ଓ ମଞ୍ଜୁଲତା ମୁଦୁଲି ଯୁଗ୍ମ ସମ୍ପାଦକ, ନରେନ୍ଦ୍ର ପାତ୍ର କୋଷଧକ୍ଷ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ବାପୀନା ସାମନ୍ତରାୟ, ସୁଭଶ୍ରୀ ଦାସ, ସୂର୍ଯ୍ୟନାରାୟଣ ପ୍ରଧାନ କାର୍ଯ୍ୟକାରୀ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।ଏହା ଛଡ଼ା ଚକ୍ରଧର ମହାପାତ୍ର, ଡ଼. ବିପିନାନନ୍ଦ ମିଶ୍ର, ଶିକ୍ଷାବିତ ରଘୁନାଥ ମହାପାତ୍ର, ଏବଂ ସୁଶ୍ରୀ ଚିତରୁପା ଙ୍କୁ ନେଇ ପରାମର୍ଶ ଦାତା ମଣ୍ଡଳୀ ଗଠନ କରାଜାଇଛି ।ଜିଲ୍ଲା ସଦର ହସ୍ପିଟାଲ ରେ ଖାଲିପଡିଥିବା ଚର୍ମ ଓ ମାନସିକ ରୋଗ ବିଶେଷଜ୍ଞ ପଦ ପୂରଣ, ପୁରୀ ସହରର ସବୁ ପରିବାର କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ମଧୁର ଜଳ ଅଂଚଳ ର ସରକ୍ଷଣ,ସବୁ ଶିକ୍ଷାନୁଷ୍ଠାନ ରେ ଛାତ୍ର/ଛାତ୍ରୀ ଙ୍କ ପାଇଁ ବିଦ୍ୟାଳୟ ଖୋଲିବା ପୂର୍ବରୁ କରୋନା ପ୍ରତିଶୋଧକ ବ୍ୟବସ୍ତା ଗ୍ରହଣ, ଘରୋଇ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ କରୋନା ସମୟର ସମସ୍ତ ଦେୟ ଛାଡ଼ କରାଯିବାକୁ ପରିଷଦ ବୈଠକ ରେ ଦାବି କରାଯାଇଅଛି।
ପରିଷଦ ର ପୂର୍ବତନ ଉପସଭାପତି ବଳଦେବ ସିଂହାରୀ ଏବଂ ଆଜୀବନ ସଭ୍ୟ ରାଜ କୃଷ୍ଣ ମହାନ୍ତି ଙ୍କ ବିୟୋଗରେ ନିରବ ପାର୍ଥନା କରାଯାଇଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here