ଜିଲ୍ଲାରେ ଶ୍ରୀ ଜଗନ୍ନାଥ ମନ୍ଦିର ବ୍ୟତୀତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି

ସର୍ବସାଧାରଣ ମାନଙ୍କ ନିମନ୍ତେ କୋଭିଡ କଟକଣା ପାଳନ ପୂର୍ବକ ଖୋଲିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଅନୁମତି ସହ ତହସିଲଦାରମାନଙ୍କ ଅଧ୍ୟକ୍ଷତାରେ ଥାନାଧିକାରୀ, ସଂପୃକ୍ତ କମିଟି, ବିଭିନ୍ନ ଅଂଶୀଦାର ଏବଂ ସ୍ଥାନୀୟ ଜନ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସଂପୃକ୍ତ ଗ୍ରାମ୍ୟ ମୁଖ୍ୟ, ପୂଜାରୀ, ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି କୋଭିଡ ନୀୟମ ପାଳନ କରି ଧାର୍ମିକ ସ୍ଥଳରେ ଜନ ସାଧାରଣ ଶୃଙ୍ଖଳିତ ଦର୍ଶନ କରିବା ସଂପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମାନେ ସମନ୍ବୟ ରକ୍ଷା କରିବେ । ଆବଶ୍ୟକ ସ୍ଥଳେ ସଚେତନତା ସୃଷ୍ଟି କରାଯିବ । ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ ବର୍ଷ ବୟସରୁ କମ୍ ପିଲା, ଗର୍ଭବତୀ ମହିଳା ଏବଂ ମଧୁମେହ, ହୃଦ୍ ରୋଗୀ ମାନେ ଧାର୍ମିକ ସ୍ଥଳରେ ପ୍ରବେଶ ନକରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ସ୍ବତନ୍ତ୍ର ନିଷ୍ପତ୍ତି ଗ୍ରହଣ କରାଯିବ । କୋଭିଡ ନୀୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here