କେନ୍ଦ୍ରାପଡା ସାଇକେଲ କ୍ଲବର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି କେନ୍ଦ୍ରାପଡା ସାଇକେଲ କ୍ଲବ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଗରାପୁରସ୍ଥିତ ସୋଭାଗ୍ୟ ମଣ୍ଡପ ପରିସରରେ ସାଇକେଲ କ୍ଲବର ସଭାପତି ତଥା ନିଉଜ୍ -7ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ମାତୃଦତ୍ତ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଇକେଲ କ୍ଲବର ଶତାଧିକ କର୍ମୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ସ୍ୱେଛାସେବୀ ମାନେ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିବା ସହିତ ରକ୍ତଦାନ କରିଥିବା ବେଳେ କଟକ ବାରବାଟୀ ସାଇକେଲ୍ କ୍ଲବର କର୍ମକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାକ୍ତ ଦାନ କରଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଏସଡିପିଓ ଶ୍ରୀଯୁକ୍ତ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ ଗଣେସ ସାମଲ, ସମ୍ବାଦିକ ଜଗନ୍ନାଥ ଧଳ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ କରତାଳିଦେଇ ଉତ୍ସାହିତ କରିବା ସହିତ ଦୂରଦୂରାନ୍ତରୁ ଆସିଥିବା ରକ୍ତଦାତା ଓ ସ୍ବେଛାସେବୀ ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here