ସୃଜନୀ ମହିଳା ମହାସଂଘର ବିଖୋଭ : ଜଗତସିଂହପୁର

ଜଗତସିଂହପୁର ପୌରପରିଷଦ ର ୧୪ ନମ୍ବର ୱାର୍ଡ ସୃଜନୀ ମହିଳା ମହାସଂଘ ର ମହିଳାମାନେ ପୌରପରିଷଦ ଆଗରେ ଆନ୍ଦୋଳନ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । କୋଭିଡ଼ ସମୟରେ ପୌରାଞ୍ଚଳର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ରାଜ୍ୟସରକାର କାର୍ଯ୍ୟ ଯୋଗାଇ ଦେଇଥିଲେ । ପୌରପରିଷଦ୧୪ ନମ୍ବର ୱାର୍ଡ ରେ ଥିବା ମହିଳା ସ୍ୱୟଂ ସହାୟିକା ଦଳର ମହାସଙ୍ଘକୁ ୱାର୍ଡ ରେ ଥିବା ସ୍କୁଲ ଘର ମରାମତି ସହିତ ରଙ୍ଗ କରାଯିବା ଓ ୱାର୍ଡ ରେ ଡ୍ରେନେଜ ବ୍ୟବସ୍ତାକୁ କାର୍ଯ୍ୟକରିବା ପାଇଁ କାର୍ଯ୍ୟ ଯୋଗାଇଦେବା । କିନ୍ତୁ ସ୍ୱୟଂ ସହାୟିକା ଗୋଷ୍ଠୀକୁ କାର୍ଯ୍ୟ ନଦେଇ ଅନ୍ୟ ଲୋକମାନଙ୍କୁ କାର୍ଯ୍ୟଦେଇ ପୌରପ୍ରସାନିକ ଅଧିକାରୀ ମାନେ ଭଣ୍ଡାଇ ଥିବାରୁ ମହିଳା ମହାସଂଘର କର୍ମକର୍ତା ମାନେ ପୌରପ୍ରସାଷନିକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହିତ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କେଇଥିଲେ । ଏହି ଆନ୍ଦୋଳନରର ମହାସଂଘର ସଭାପତି ସୁମିତ୍ରା ଦାସ,ସମ୍ପାଦକ ଜ୍ୟୋତିର୍ମୟୀ ମହାନ୍ତି କୋଷାଧକ୍ଷ ସସ୍ମିତା ବାରିକ ଓ ସଂଘର କର୍ମକର୍ତା ମାନେ ଯୋଗଦେଇ ଆନ୍ଦୋଳନ କରିଥିଲେ । ଯଦି ମହାସଙ୍ଘଜୁ ନ୍ୟାୟ ନମିଳେ ଅଗାମି ଦିନରେ ମହାସଙ୍ଘ ପକ୍ଷରୁ ପୌରପ୍ରସାଷନ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here