50ବର୍ଷର ସର୍ବପୁରାତନ ଥାନା ଆଜି ଅବହୋଳିତ ଅବସ୍ଥାରେ : କେନ୍ଦ୍ରାପଡା

ଏହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ସର୍ବପୁରାତନ ଥାନା ଭାବେ ପରିଚିତ ମହାକାଳପଡ଼ା ଥାନାର ଦୃଶ୍ୟାବଳୀ । ଥାନାର ଅବସ୍ଥା ଦିନକୁ ଦିନ ବହୁତ ଖରାପ୍ ଆଡକୁ ଗତିକରୁଛି । ଯାହା ନକହିବା ମଧ୍ୟ ଭଲ । ନା ଥାନା ପରିସରରେ ରହିଛି ଷ୍ଟାଫ୍ ମାନଙ୍କ ପାଇଁ ଖଣ୍ଡେ ଭଲ ସରକାରୀ ବାସଭବନ, ନା ଥାନାର କର୍ମଚାରୀ ଏବଂ ଥାନକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ପାନୀୟ ଜଳ, ନା ଥାନାର ଭଲ ନିଜସ୍ୱ ଗୃହ ଖଣ୍ଡେ । ଏପରିକି ଉକ୍ତ ଥାନାରେ ମଧ୍ୟ ବହୁଗୁଡିଏ ଏ.ଏସ.ଆଇ ଓ ଏସ.ଆଇ ପଦବି ଖାଲି ପଡିଥିଲେ ମଧ୍ୟ ଜଣେ ମାତ୍ର ଏ.ଏସ.ଆଇଙ୍କୁ ନେଇ ଥାନର ଦୈନାଦିନ କାର୍ଯ୍ୟ ଚାଲିଛି । ସେଥିରେ ପୁଣି ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ଅଭାବ ପରିଲକ୍ଷିତ ହେଉଥିବା ଜଣାଯାଏ । ଏପରିକି ଥାନାର ନିଜସ୍ୱ ଗୃହ ଗୁଡିକରେ ଦିନରେ ସୂର୍ଯ୍ୟ ଏବଂ ରାତିରେ ମଧ୍ୟ ତାରା ଦେଖା ଯାଇଥାଏ । ଏବିଷୟରେ ଉଚ୍ଚ ପଦସ୍ଥ କର୍ମଚାରୀ ହୁଅନ୍ତୁ କିମ୍ବା ବଡ ବଡ ସରକାରୀ ପଦାଧିକାରୀ ହୁଅନ୍ତୁ ,ସମସ୍ତଙ୍କୁ ଯେତେ ଅବଗତ କରାଗଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବା ଦେଖିବାକୁ ମିଳିଛି । ଯାହା ଫଳରେ ପ୍ରତିଦିନ ବିଭିନ୍ନ ତଳିଆ ଗ୍ରାମ ମାନଙ୍କରୁ ଆସୁଥିବା ଲୋକ ମାନଙ୍କୁ କର୍ମଚାରୀ ଅଭାବ ହେତୁ ନ୍ୟାୟ ପ୍ରଦାନ କରିବାରେ ନାନାଦି ଅସୁବିଧା ଦେଖା ଦେଉଥିବା ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖାଯାଉ କେବେ ସରକାରଙ୍କର ସୁଦୃଷ୍ଟି ଏହି ଥାନା ଉପରେ ପଡୁଛି ଏବଂ ଉଚ୍ଚ କତ୍ତୃପକ୍ଷ ମାନଙ୍କ ନିଦ ଭାଙ୍ଗୁଛି । ଖାଲି ଯାହା ବାକି ରହିଲା ଦେଖିବାକୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ , ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here