ନାଉଗାଁ ବ୍ଲକ ରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ ର ବଛାଳୋ ଗ୍ରାମ ରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । କଥାରେ ଅଛି ଘର ପୋଡ଼ି ଠାରୁ ବିପତ୍ତି ନାହିଁ କି ଘୋଡା ଚଢା ଠୁ ସମ୍ପତ୍ତି ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବଛାଳୋ ଗ୍ରାମ ରେ । ସୂଚନା ମୁତାବକ ବଛାଳୋ ଗ୍ରାମ ର ରମେଶ ସେଠୀ ଓ ଲଳିତ ସେଠି ଙ୍କ ଗୁହାଳ ଘରେ ନିଆଁ ଲାଗି 5 ବଖରା ଘର ପୋଡିଯିବା ସହିତ ୩ ଟି ଗାଈ ଓ ୨ ଟି ବାଛୁରି ଜିଅନ୍ତା ଜଳିଯିବା ସହ ୬ ଟି ଛେଳି ମଧ୍ୟ ପୋଡି ପାଉଁଶ ହୋଇଯାଇଛି. ଏହା ସହିତ 2 ଟି ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ତାରେ ଉଦ୍ଧାର ହୋଇଛନ୍ତି. ମୁଖ୍ୟ କଥା ହେଉଛି ଯଦିଓ ସନ୍ଧ୍ୟା 7 ଘଟିକା ରେ ନିଆଁ ଲାଗିଥିଲା ରମେଶ ସେଠୀ ଟିକେ ବିଳମ୍ବ ରେ ଜାଣିଥିଲେ। ସେ ସଙ୍ଗେ ସଙ୍ଗେ ଅଗ୍ନି ସମ ବିଭାଗ କୁ ସୂଚନା ଦେଇଥିଲେ କିନ୍ତୁ ଅଗ୍ନି ସମ ବିଭାଗ ପହଁଞ୍ଚିବା ମାତ୍ରେ ନିଆଁ ଅଣାୟତ୍ତ ହୋଇଯାଇଥିଲା । ସୂଚନା ଅନୁଯାୟୀ ସଟ୍ ସର୍କିଟ ରେ ନିଆଁ ଲାଗିଛି ବୋଲି ଜଣାପଡ଼ିଛି । ରମେଶ ସେଠୀ ଓ ଲଳିତ ସେଠି ଙ୍କୁ ସରକାରୀ ସହାୟତା ମିଳୁ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ଜଗତସିଂହପୁର ।

ଜଗତସିଂହପୁର ଜିଲ୍ଲାରୁ ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here