ପୁନଶ୍ଚ ଫୁଟିଲା ଗୁଳି ଏସଟିଆଇ ଫ୍ଲାଇ ଓଭରରେ , ସୁନା ଗହଣା ଲୁଟ , ଜଣେ ମୃତ : ସୁନ୍ଦରଗଡ଼

ପୁନଶ୍ଚ ଦୁର୍ବୁର୍ତ୍ତଙ୍କ ଗୁଳିମାଡରେ ଆଉ ଜଣେ ମୃତ । ସୁନା ଗହଣା ଲୁଟ ଘଟଣାରେ ହୋଇଛି ଏହି ହତ୍ୟାକାଣ୍ଡ । ରାଉରକେଲା ସ୍ଥିତ ଏସଟିଆଇ ଓଭରବ୍ରିଜ ଉପରେ ହୋଇଛି ଗୁଳିକାଣ୍ଡ । ଫୁଟିଛି ଦୁଇ ରାଉଣ୍ଡ ଗୁଳି । ତେବେ ଏତେ ସବୁ କାଣ୍ଡ ଘଟୁଥିବା ବେଳେ ଗୋଇନ୍ଦା ବିଭାଗ କରୁଛି କ’ଣ ? ଏସଟିଆଇ ମାର୍କେଟରେ ଥିବା ବାସନ୍ତୀ ଜୁଏଲାରୀକୁ ବନ୍ଦ କରି ରାତ୍ରି ୯ ଟା ୪୫ ରେ ଘରକୁ ଫେରୁଥିବା ବେଳେ ନିଛାଟିଆ ଥିବା ଓଭର ବ୍ରିଜ ଉପରେ ଅପର ପାର୍ଶ୍ବରୁ ଆସୁଥିବା ଦୁଇଜଣ ଦୁର୍ବୁର୍ତ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୁଇ ରାଉଣ୍ଡ ଗୁଳିମାଡ କରିଥିଲେ । ସୁନା ଦୋକାନୀ ମାଲିକ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସାଥିରେ ଅନ୍ୟ ଏକ ବାଇକରେ ଯାଉଥିବା ତାଙ୍କ ସହକର୍ମୀ ସରୋଜ ସାହୁଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ କରି ଦୁର୍ବୁର୍ତ୍ତ ମାନେ ତାଙ୍କ ଠାରୁ ସୁନା ଗହଣା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ତେବେ ଗୁଳି ମୁଣ୍ଡରେ ଓ ଅଣ୍ଟାରେ ବାଜିଥିବା ଗୁରୁତର ସରୋଜ ସାହୁଙ୍କୁ ସଙ୍ଗେସଙ୍ଗେ ଆଇଜିଏଚ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ସୁନା ଦୋକାନୀ ମାଲିକ ସଠିକ ଭାବରେ କହି ପାରୁ ନାହାଁନ୍ତି ଯେ ତାଙ୍କ ସହକର୍ମୀ ଧରିଥିବା ବ୍ୟାଗରେ କେତେ ଟଙ୍କାର ସୁନା ଗହଣା ଥିଲା । ଏତଦ ବ୍ୟତୀତ ମୃତ ସରୋଜ ସାହୁଙ୍କର କାହା ସହିତ ପୂର୍ବ ଶତୃତା ଥିଲା ନା ଦୁର୍ବୁର୍ତ୍ତ ମାନେ ସୁନା ଗହଣା ଲୁଟ କରିବାକୁ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ତାହା ତଦନ୍ତ ସାପେକ୍ଷ । ଅଳ୍ପ ଦିନ ତଳେ ଜନୈକ ସୁନା ଦୋକାନୀଙ୍କ ପୁଅ ଓ ସ୍ତ୍ରୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂ ଟୋଲାରେ ଘଟିଥିବା ଗୁଳିକାଣ୍ଡରେ ସୁନା ଦୋକାନୀଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ରଘୁନାଥପାଲି ଥାନା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଅବଗତ ହେବାପରେ ତତ୍ପରତାର ସହିତ ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here