ପରୀ” କୁ ନ୍ୟାୟ ଏବଂ ରାଜ୍ୟର ୫ ହଜାରରୁ ଉର୍ଦ୍ଧ ନିଖୋଜ ଶିଶୁଙ୍କ ଉଦ୍ଧାର ଦାବୀରେ ବଣାଇଁ ଭାଜପା ପକ୍ଷରୁ ଏକ ଶୋଭାଯାତ୍ରା : ସୁନ୍ଦରଗଡ଼

ବଣାଇଁ କେନ୍ଦ୍ରିକଳା ପଞ୍ଚାୟତର ଉପରପଡା ଗ୍ରାମଠାରୁ ଶୋଭାଯାତ୍ରା ବାହାର କରି ବଣାଇଁ ସହରର ମୁଖ୍ଯ ରାସ୍ତା ପରିକ୍ରମା କରିବା ସହିତ ବଣାଇଁ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ଜନତା ଦଳ ତରଫରୁ ଦାବି କରିଛନ୍ତି “ପରୀ “ମାମଲାର ସିବିଆଇ ତଦନ୍ତ ଓ ସଂପୂକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାରକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ପଦଯାତ୍ରାରେ ପୂର୍ବତନ ଜିଲ୍ଲା ସଭାପତି ରାହାସ ବିହାରୀ ପ୍ରଧାନ, ବଣାଇଁ ଜିଲ୍ଲା ସଭାପତି ସଭାପତି ଅନିଲ୍ ବାର୍ଲା, ମୁଖପାତ୍ର ହେମନ୍ତ କୁମାର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପ୍ରଧାନ, ମହେଶ ସାହା, ମହିଳା ନେତ୍ରୀ ଦିବ୍ୟ ମଞରୀ ଦେଓ, ସେବତୀ ନାଏକ ପ୍ରମୁଖ ବରିଷ୍ଠ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here