ଶାରିରୀକ ବିକଳାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ୍ ପ୍ରଦାନ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁର ଗ୍ରାମର ୬-ନମ୍ବର ୱାର୍ଡ଼ର ଦିବାକର ବେହେରାଙ୍କ ପୁଅ ରଞନ କୁମାର ବେହେରା(୫୦)ଙ୍କୁ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଦେବପ୍ରସାଦ ବଳ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଏକ ଟ୍ରାଇ ସାଇକେଲ୍ ପ୍ରଦାନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନାରାୟଣ ପତି,ଓଡିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ,ବରିଷ୍ଠ ଶିକ୍ଷକ ଓ ସମାଜସେବୀ ଶ୍ରୀଯୁକ୍ତ ପାର୍ଥ ସାରଥି ବେହେରା,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଏବଂ ଗୋଷ୍ଠୀ ସଂଗଠକ ତପସ୍ୱନୀ ଦାସଙ୍କ ସମେତ ଅଶୋକ କୁମାର ସାହୁ,ରଶ୍ମିରଞନ ସାହୁ ଓ ଅଚ୍ୟୁତ ଜେନା ଏବଂ ସଞୟ କୁମାର ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ସାଇକେଲଟି ପାଇଁ ଭିନ୍ନକ୍ଷମ ବ୍ୟକ୍ତି ରଞନଙ୍କ ଦୀର୍ଘ ୧୨ବର୍ଷର ସତ ଚେଷ୍ଟା ପରେ ମଧ୍ୟ ଯେଉଁ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସଫଳ ହୋଇ ପାରୁ ନଥିଲା ଆଜି ଶିକ୍ଷକ ପାର୍ଥ ସାରଥୀ ବେହେରା ଏବଂ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସଙ୍କ ପାଇଁ ଉକ୍ତ କାର୍ଯ୍ୟ ସଫଳ ହେଲା ବୋଲି ସେ ଗଣମାଧ୍ୟମ ଆଗରେ ତାଙ୍କର ମତବ୍ୟକ୍ତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here