କୁକୁଡା ଫାର୍ମ ପାଇଲେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ,ଉଦଘାଟନ କଲେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ : ନବରଙ୍ଗପୁର

ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭେଲୁଆଗୁଡା ମାଁ ମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀ ବ୍ୟାଙ୍କରେ ଦେଣନେଣ କରି ସୁରୁଖୁରୁରେ ଗୋଷ୍ଠୀ ଚଳାଇ ଆସୁଥିଲେ | ଏଥିନେଇ ବ୍ୟାଙ୍କ ଦ୍ଵାରା ଯୋଗ୍ୟ ବିବେଚିତ ହୋଇ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ଦୀପ ଲିଟର ପଦ୍ଧତିରେ ଅଣ୍ଡା ଦିଆ କୁକୁଡା ପାଳନ ନିମନ୍ତେ ଋଣ ସହାୟତାରେ ଶୁକ୍ରବାର ଦିନ କୁକୁଡା ଫାର୍ମ ଉଦଘାଟିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ନାରାୟଣ ବେହେରା ଯୋଗ ଦେଇ କୁକୁଡା ଫାର୍ମକୁ ଉଦଘାଟନ କରିଥିଲେ | ଏଥିରେ ଜିଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ୨୦୦ ଟି ସେମି କମରସିଆଲ ବ୍ରାଉନ ଲେୟର ପ୍ରଜାତିର ୨୮ ଦିନିଆ କୁକୁଡା ଚିଆଁ ପ୍ରଦାନ କରାଯାଇଥିଲା | ଏହି ଅବସରରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା॰ ଗଙ୍ଗାଧର ରାଉଳ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ବିଧୁତ ଶେଖର ମିଶ୍ର, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ସାରସ୍ଵତ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ | ମାଁ ମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ମଞ୍ଜୁଲତା ବିଶୋୟୀ ଓ ସମ୍ପାଦିକା ସବିତା ମହାନ୍ତି ଏବଂ ଅନ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here