ପାନପୋଷ ରେଳବାଇ ଟ୍ରାକରୁ ଦୁଇଜଣ ଅଜଣା ଯୁବକଙ୍କ ଶବ ଉଦ୍ଧାର :ସୁନ୍ଦରଗଡ଼

ମୃତ୍ୟୁ ଆସେ ଏମିତି ବି । ରେଳବାଇ ଟ୍ରାକରେ ଚାଲୁ ଚାଲୁ ରେଳ ଧକ୍କାରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାନପୋଷ ବ୍ରିଜ ଉପରେ ଥିବା ରେଳଲାଇନରେ । ବ୍ରାହ୍ମଣି ତରଙ୍ଗ ଥାନା ଆଡୁ ଦୁଇଜଣ ଅଜଣା ଯୁବକ ଚାଲି ଚାଲି ଆସୁଥିଲେ ରେଳ ଲାଇନରେ । ଦୁର୍ଭାଗ୍ୟ ବସତଃ ଅପମୃତ୍ୟୁ ସୁଯୋଗ ଥିବା ଜାଣି ପାରି ନ ଥିବା ଯୁବକ ଦ୍ବୟ ଇହଲୀଳା ସମ୍ବରଣ କରିଥିଲେ । ରେଳ ଲାଇନରେ ଚାଲୁଥିବା ବେଳେ ହଠାତ ଅହମଦାବାଦ ହାଓ୍ବଡା ରେଳ ମାଡି ଆସି ଧକ୍କା ଦେବାରୁ ଜଣେ ଯୁବକ ଡାହାଣ ପଟେ ଛିଟିକି ପଡି ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଯୁବକକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଯିବାରୁ ରେଳ ଲାଇନରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର ହୋଇଛି । ଖବର ପାଇ ରାଉରକେଲା ରେଳବାଇ ଥାନାର ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଦ୍ବୟକୁ ଜବତ କରି ବ୍ୟବଛେଦ ପରେ ଆରଜିଏଚ ଶବ ଗୃହରେ ରଖିଛନ୍ତି ଶବକୁ । ଏ ନେଇ ରାଉରକେଲା ରେଳବାଇ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଯୁବକ ଦ୍ବୟଙ୍କର ସଠିକ ପରିଚୟ ମିଳି ପାରି ନ ଥିବା ମଧ୍ୟ ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here