ମୃତା ପରିବାରକୁ ଭେଟିଲେ କେନ୍ଦ୍ରାପଡା ବିଜେପିର ଏକ ୨୦ ଜଣିଆ ପ୍ରତିନିଧି ଦଳ

ମୃତା ରଶ୍ମିତାର ପରିବାର ନିକଟରେ ପହଞ୍ଚିଲେ ବିଜେପିର ଏକ ୨୦ଜଣିଆ ପ୍ରତିନିଧି ଦଳ । ରଶ୍ମିତାର ମା ଓ ସାନ ଭଉଣୀଙ୍କୁ ଭେଟି ଝିଅର ମୃତ୍ୟୁ ବିଷୟରେ ଟିକ୍ ନିକ୍ ପଚାରି ବୁଝିଥିଲେ ଏହି ପ୍ରତିନିଧି ଦଳ । ରାଜ୍ୟର ଉପ ସଭାପତି ଭୁବନ ମୋହନ ଜେନା ଓ କେନ୍ଦ୍ରାପଡା ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୂର୍ଯ୍ୟିଧନ ସାହୁଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚାର ସଭାପତି ପବିତ୍ର ପରିଡା , i t cellର ପ୍ରମୁଖ ବିଭୂତି କର, ସଂପାଦକ ଗଗନ ସାହୁ,ଉପ ସଭାପତି ହେମନ୍ତ ପରିଡା ଓ ଓବିସି ମୋର୍ଚ୍ଚା ସଭାପତି ସୁଧିର ପରିଡା ପ୍ରମୁଖଙ୍କୁ ନେଇ ଏହି ପ୍ରତିନିଧି ଦଳ ମୃତା ରଶ୍ମିତାର ବାପଘର ବାରୁଅ ଗ୍ରାମରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସୁଚନା ଅନୁଯାଇ ବାରୁଅ ଗ୍ରାମର ସ୍ବର୍ଗତ ଖଗେନ୍ଦ୍ର ପରିଡାଙ୍କ ବଡ଼ ଝିଅ ସ୍ବର୍ଗତା ରଶ୍ମିତା ନିକିରାଇ ଥାନା ଅଧିନ ନିକିରାଇ ପାଟଣା ଗ୍ରାମର ନାରାୟଣ ଥାଟୋଇଙ୍କ ପୁଅ ପଦ୍ବୂମ୍ନଙ୍କୁ ୫ବର୍ଷ ପୁର୍ବେ ବୈଦିକ ରିତିନୀତି ମତେ ବିବାହ କରିଥିଲେ । ତେବେ ନଭେମ୍ବର ମାସ ୧୩ ତାରିଖରେ ଯୌତୁକ ପାଇଁ ରଶ୍ମିତାଙ୍କୁ ଯୋଜନା ବଦ୍ଧ ଭାବେ ମାରି ଦିଆଯାଇଛି ବୋଲି ରଶ୍ମିତାଙ୍କ “ମା” ଏନେଇ ନିକିରାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗତ ଦୁଇ ଦିନ ପୁର୍ବରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଧ୍ୟ ସପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା । ତାପରେ ନିକିରାଇ ପୋଲିସ ତତ୍ପରତା ଦେଖାଇ ସ୍ବାମୀ ପଦ୍ବୂମ୍ନଙ୍କୁ ଗିରଫ କରି କୋର୍ଟ ଫରୁର୍ଆର୍ଡ କରିଥିଲା । କିନ୍ତୁ ଏବେବି ରସ୍ମିତାଙ୍କ ନଣନ୍ଦ,ଦେଢଶୁର ଓ ଶାଶୁ ଫେରାର ଥିବାବେଳେ ଏନେଇ ପୋଲିସ ନିକଟରେ କୈଣସି ଖବର ନାହିଁ । ରଶ୍ମିତାର ୬ ବର୍ଷର ଝିଅ ଓ ଦେଢବର୍ଷର ପୁଅଙ୍କର ମଧ୍ୟ ପତା ମିଳୁନି । ପ୍ରମାଣ ନଷ୍ଟ କରିବା ମାରି ଦେଇଥାଇ ପାରନ୍ତି ବୋଲି ପରିବାର ଲୋକ ଆଣିଛନ୍ତି ସଂଗୀନ ଅଭିଯୋଗ । ଏନେଇ କଣ କୁହନ୍ତି ମୃତା ରଶ୍ମିତାର ମା ଓ ସାନ ଭଉଣୀ ଏବଂ ତାଙ୍କ ଘରକୁ ଆସିଥିବ ଧାଇଁ ବିଜେପି ପ୍ରତିନିଧି ଦଳ । ତେବେ ଚାଲନ୍ତୁ ନା ସିଧା ସଳଖ ଯିବା ଏବଂ ପଚାରି ବୁଝିବା ସହିତ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଚିଫ୍ ବ୍ୟୁରୋଙ୍କ ରିପୋର୍ଟ, ଜଗନ୍ନାଥ ନିଉଜ୍ -24 ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here