ଘରେ ବିଜୁଳି ସଂଯୋଗ ନାହିଁ କିନ୍ତୁ ବିଲ ଆସୁଛି ମାସକୁ ମାସ : ସୁନ୍ଦରଗଡ଼

ଲହୁଣୀପଡା ବ୍ଲକ ଅନ୍ତର୍ଗତ ତାଲବହାଳୀ ପଂଚାୟତର ସାନ ନୂଆଗାଁ(ନଡ଼ିଆ ଡିହି)ଗ୍ରାମକୁ ବିଦ୍ୟୁତ ସଂଯୋଗୀ କରଣ ହୋଇଥିବା ବେଳେ ୧୫ପରିବାର ବିଶିଷ୍ଟ ବସ୍ତି ଦେଇ ବିଦ୍ୟୁତ ତାର ଯାଇଥିବା ବେଳେ କାହାରି ଘରେ ବିଦ୍ୟୁତ ସଂଯୋଗ କରାଯାଇନି । କେବଳ ଗୋଟିଏ ଗୋଟିଏ ସୁଇଚ ବୋର୍ଡ ବସାଯାଇଛି।ଏ ବିଷୟରେ ଗ୍ରାମବାସୀ ଜିଲ୍ଲା ପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଉପଜ଼ିଲ୍ଲାପାଳଙ୍କୁ ସାକ୍ଷାତ କରି ରାଜାମୁଣ୍ଡା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଙ୍କୁ ଜଣାଇଲାପରେ ୧୫ପରିବାରଙ୍କ ଆଧାର କାର୍ଡ ଦେବାପାଇଁ କହିଥିଲେ।ଆଧାର କାର୍ଡ ଦେଲାପରେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇନି।ବାରମ୍ବାର ଜଣେଇବା ପରେ ମଧ୍ୟ କୋୖଣସି ପଦକ୍ଷେପ ଗ୍ରହଣ ନ ନେବାରୁ ଗ୍ରାମବାସୀ ହତାଶ ହୋଇଛନ୍ତି।ପୁଣି ମାସକୁ ମାସ ବିଲ ଆସୁଥିବା ନେଇ ଚିନ୍ତିତ।ଏ ବାବଦରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗଙ୍କ ଦୃଷ୍ଟି ଆକର୍ଷଣ ଗଣମାଧ୍ୟମ ପ୍ରତିନିଧି ଭାବେ କରିବାପରେ ଦୃଷ୍ଟିଦେବେ ବୋଲି କହିଛନ୍ତି।
ଏଠାରେ ପ୍ରଶ୍ନ ଆସୁଛି କେନ୍ଦ୍ରର ପ୍ରଧାନ ମନ୍ତ୍ରୀଯୋଜନା, ରାଜ୍ୟସରକାର ଙ୍କ ବିଜୁଜ୍ୟୋତି ଯୋଜନା ଭଳି ଯୋଜନାରେ ଅପହଞ୍ଚ ଅଂଚଳରେ ବିଦ୍ୟୁତ ସଂଯୋଗ ବ୍ୟବସ୍ତା ଥିବାବେଳେ ଏ ୧୫ପରିବାର ପ୍ରତି ଅପହଞ୍ଚ ହୋଇ ବିଲ ଆସିବା ବିଦ୍ୟୁତ ବିଭାଗର ପାରିବା ପଣିଆ ପ୍ରତି ସନ୍ଦେହ ସୃଷ୍ଟି କରୁଛି।ରାଜାମୁଣ୍ଡା ଯନ୍ତ୍ରୀ ସାକ୍ଷାତ ସମୟରେ ଗ୍ରାମବାସୀଙ୍କୁ କହିଥିଲେ ନିଜେ ତାର ଟାଣି ସଂଯୋଗ କର।ଏମିତି କହିବା କେତେଠିକ?
ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସର୍ବସାଧାରଣରେ ଦାବି ହେଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here