ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିଶ :

୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି । ଚୋରି ରାକେଟରେ ସମ୍ପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଥିବା ଜଣାପଡିଛି ।
ତେବେ ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଶିଶୁପୁତ୍ର ଚୋରି ହୋଇଥିଲା । ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ । ସେମାନେ ଶିଶୁକୁ ଚୋରାଇ ନେଇ ମିଦାନପୁରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିଶ ଛାନଭିନ୍ ଆରମ୍ଭ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଚୋରି କରିଥିବା ୩ ଜଣ ଓ କିଣିଥିବା ମହିଳା ଗିରଫ ହୋଇଛନ୍ତି । ଚୋରି ଶିଶୁପୁତ୍ରଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ଜିମା ଦେଇଛି ପୋଲିଶ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here