ବସନ୍ତ ଟପ୍ପୋ ହେଲେ ନୂତନ ବ୍ଳକ ଚେୟାରମେନ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ କୁଶଳ ଲୁଗୁନଙ୍କ ସ୍ୱର୍ଗବାସ ପରେ ବ୍ଳକ ଅଧ୍ୟକ୍ଷ ପଦ ଖାଲି ପଡି ରହିଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ଦ୍ଵାରା ଖାଲି ପଡି ରହିଥିବା ପଦ କୁ ପୁର୍ଣ କରିବା ପାଇଁ ନୋଟିସ ଜାରୀ କରି ବୁଧବାର ୧୬ ଡିସେମ୍ବର ରେ ମତଦାନ କରିବାକୁ ଘୋଷଣା କରାଯାଇଥିଲା । କଂଗ୍ରେସର କୁଶଳ ଲୁଗୁନ ୨୦୧୭ ରେ ହୋଇଥିବା ଅଧ୍ୟକ୍ଷ ନିର୍ବାଚନରେ ୨୦ ସଦସ୍ୟ ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ସଭ୍ୟଙ୍କ ସମର୍ଥନରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବସନ୍ତ ଟପ୍ପୋକୁ ମିଳିଥିବା ୧୦ ଖଣ୍ଡ ଭୋଟ ମଧ୍ୟରୁ ଧର୍ମଗୁଲା ରେ ବିଜୟୀ ହୋଇ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲା।କୁଶଳ ଲୁଗୁନଙ୍କ ସ୍ୱର୍ଗବାସ ପରେ ତାଙ୍କ ସମର୍ଥିତ କୁକୁଡ଼ା ମୁଣ୍ଡାର ସମିତି ସଭ୍ୟ ଇସ୍ତଫା ଦେଇଥିବାରୁ ବର୍ତ୍ତମାନ ୧୮ ଜଣ ସଭ୍ୟ ଭୋଟ ଦେଇ ଥିଲେ। ଯାହାଫଳରେ ବିଜୁ ଜନତା ଦଳର ବସନ୍ତ ଟପ୍ପୋ ୧୦ ଏବଂ କଂଗ୍ରେସ ସମର୍ଥିତ ଲାଇନ ସମିତି ସଭ୍ୟ ସୁରେନ୍ଦ୍ର ମାଝୀ ୮ ଖଣ୍ଡ ଭୋଟ ପାଇଥିଲେ।କଂଗ୍ରେସ ଦଳ ପକ୍ଷରୁ ହାଇକୋର୍ଟ ରେ ଦାୟରରିଟ ଅନୁଯାଇ ଫଳାଫଳ ଘୋଷଣା ହାଇକୋର୍ଟର ନିର୍ଦ୍ଦେଶ ଆସିବା ପରେ ହିଁ ଅଧିକାରିଙ୍କ ଫଳାଫଳ ଘୋଷଣା କରାଯିବ। ମତଗଣନା ପରେ ବସନ୍ତ ସମର୍ଥକ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନ, ପୂର୍ବତନ ଟାଉନ ସଭାପତି ଅମରେଶ ଚନ୍ଦ୍ର ପଣ୍ଡା, ବିଜୁ ଜନତା ଦଳ ବ୍ଳକ ଅଧ୍ୟକ୍ଷ ରାମ କୁଜୁର, ଜିତେନ୍ଦ୍ର ଦାସ, କାମିଲ ଟପ୍ପୋ ସୁବନ ଏକ୍କା ପ୍ରମୁଖ ପୁଷ୍ପମାଲ୍ୟ ପିନ୍ଧାଇ ବସନ୍ତକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here