ଏନ ଆର ଇ ଜି ଏସ ଯୋଜନା ରେ ଲଗାଯାଇଥିବା ବୃକ୍ଷ ଗଣତି ଆରମ୍ଭ : ରାଜଗାଙ୍ଗପୁର

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବନ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ ବର୍ଷ ପାଇଁ ଲଗା ଯାଇଥିବା ବୃକ୍ଷ ଗୁଡିକର ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି, ଏହି ଯୋଜନାରେ ବନ ବିଭାଗ ପକ୍ଷରୁ ପ୍ରତାପପୁର ପାହାଡ଼, ଓ ଖେରାମୁତା ପାହାଡ଼ରେ ସର୍ବମୋଟ ୨୫ ହେକ୍ଟର ଜମୀରେ ବୃକ୍ଷ ଲଗାଯାଇଥିଲା । ବ୍ଲକର ମାଲିଡିହ ଗ୍ରାମ ର ବିନୋଦ ଲାକ୍ରା ଓ ଜନ କୁଲୁଙ୍କ ୨ ହେକ୍ଟର ଜମିରେ, ଡୁଡି ଗ୍ରାମର ଗ୍ରାମବାସୀ ଲେଚା ଲାକ୍ରା ,ଘାସିରାମ ଲାକ୍ରା ଓ ମିର୍ଦ୍ଧା ମିଞ୍ଜଙ୍କ ୨ ହେକ୍ଟର ଜମିରେ ତଥା ଅଲଣ୍ଡା ଗ୍ରାମ ପଂଚାୟତର ଗୋବର ପେଟି ଗ୍ରାମର ଅନିଲ ଟପ୍ପୋ, ଲାଇନ କଲୋନି ଗ୍ରାମର ଜୋସେଫ ମିଞ୍ଜ, ଯୁଗନୁ ଟପ୍ପୋ, କିଶୋର ଏକ୍କା, ମେରି ମାର୍ଗାରେଟ ଲାକ୍ରା ଓ ଥୋପା ବେର୍ଣା ଗ୍ରାମ ର ଅଜିତ ବେଗ ଙ୍କୁ ମିଶାଇ ସମୁଦାୟ ୮ ହେକ୍ଟର ଜମିରେ ଶାଗୁଆନ,ଚକୁଣ୍ଡା, ନିମ ଭଲି ଗଛ ଲଗାଯାଇ ଏହାର ରକ୍ଷଣାବେକ୍ଷଣ କରାଯାଉଅଛି। ଗଛ ଲଗାଇବାକୁ ୧ ବର୍ଷ ପୁରି ଜାଇଥିବାରୁ ଗଛ ଗୁଡିକ ଗଣତି କରିବା ପାଇ ଡି ଏଫ ଓ ସଂଜୟ କୁମାର ସ୍ଵାଇଁ ନିର୍ଦେଶ ଦେଇଛନ୍ତି । ଡି ଏଫ ଓ ଙ୍କ ନିର୍ଦେଶ କ୍ରମେ ବିଭାଗ ପକ୍ଷରୁ ବଞ୍ଚି ଥିବା ଗଛ ଗଣତି ଆରମ୍ଭ ହୋଇଯାଇଛି। ଗଣତି ସମୟରେ ମାଲିଡିହ ଅଞ୍ଚଳରେ ଶତକଡ଼ା ୮୦ ରୁ ଉର୍ଦ୍ଧ୍ବ ଗଛ ଓ ଅଲଣ୍ଡା ଅଞ୍ଚଳରୁ ଶତକଡ଼ା ୯୫ ରୁ ଅଧିକ ଗଛ ବଞ୍ଚିବାର ଦେଖିବାକୁ ମିଳିଥିଲା। ଗଛ ଲଗା ଯାଇଥିବା ଜମି ଦେଖିଲା ପରେ ରାଜଗାଙ୍ଗପୁର ରେଞ୍ଜର ଚନ୍ଦ୍ର ଶେଖର ଗଣନାୟକ ଙ୍କୁ ଏହି ସଫଳତା ବିଷୟରେ ପଚାରିବାରୁ ହିତାଧିକାରୀ ଓ ବନ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ଏତେ ଗୁଡାଏ ଗଛ ବଞ୍ଚି ଥିବା ପ୍ରକାଶ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here