ନୂତନ ବର୍ଷ ପାଇ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ରାଜଗାଙ୍ଗପୁର ରେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ବୈଠକ ରାଜଗାଙ୍ଗପୁର ସହର ସ୍ଥିତ କମ୍ୟୁନିଟି ସେଣ୍ଟର ରେ ଦିନ ୧୨ ଟା ସମୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସୁନ୍ଦର ଗଡ଼ ଜିଲ୍ଲା ର ବିଭିନ୍ନ ବ୍ଳକ ଓ ରାଜଗାଙ୍ଗପୁର ପୌର ପାଳିକାର ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ଜାନୁଆରୀ ୨୪ ତାରିଖ ରେ ବଡ଼ଗାଁ ଠାରେ ବାର୍ଷିକ ବୈଠକ କରା ଯିବା ପାଇଁ ନିଷ୍ପତି ନିଆଗଲା । ସୁନ୍ଦର ଗଡ଼ ଜିଲ୍ଲା ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘର ସଭାପତି ପଙ୍କଜ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ସଭାପତି ପଙ୍କଜ କୁମାର ସାହୁ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ , ଭବିଷ୍ୟତ ରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ରଖିଥିଲେ । ସଭା ରେ ରାଜଗାଙ୍ଗପୁର ସଭାପତି ରମେଶ କେଶରୀ, ଉପସଭାପତି ସୁଭାଷ ବେହେରା, ସମ୍ପାଦକ ପ୍ରଫୁଲ ସାହୁ, ଉପସମ୍ପାଦକ ବିକାଶ ନାୟକ, କୋଷାଧ୍ୟକ୍ଷ ମନୋଜ ଗୌଡ଼, ନମୀ ସନ୍ୟାସୀ, ଗୀର୍ଜାପ୍ରସାଦ ସାମଲ, ଦେବବ୍ରତ ମିତ୍ର, ବାଲିସଙ୍କ୍ରା ରୁ ସତ୍ୟବ୍ରତ ସେଠ,ପ୍ରଦୀପ ନନ୍ଦ,ହୁରଦାନନ୍ଦ ବାରିକ ବଡ଼ଗାଁ ରୁ ଅଶୋକ ଷଡ଼ଙ୍ଗୀ, ଲବଣି ଧର ପୃସେଟ ବେଦବ୍ୟାସ ରୁ ଉପେନ୍ଦ୍ର ବଘାର ପ୍ରମୁଖ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here