ଜଗତସିଂହପୁର : ବାଲିକୁଦା ଏରସମା ର କିଛି ଲୁଣ ଅଞ୍ଚଳ କୁ ମଧୁର ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଜିଲ୍ଲା ର ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତ ର ଦେବୀଦୋଳ ସ୍ଥିତ ତୁମ୍ଭେଶ୍ୱର ଠାରେ ଦେବୀନଦୀ ରେ ନିର୍ମାଣ କରାଯାଉଛି । ଏକ ବିରାଟ ମେଗା ପାନୀୟ ଜଳ ପ୍ରକଲ୍ପ ଯାହା କିଛି ଲୋକ ଙ୍କୁ ମଧୁର ପାନୀୟ ଜଳ ଯୋଗାଇ ଦେଲେ ମଧ୍ୟ ଅନ୍ୟ କିଛି ଲୋକ ଙ୍କର ଭିଟାମାଟି କୁ ଭଷାଇ ନେବା ଭଳି ପରିସ୍ଥିତି ସ୍ରୁଷ୍ଟି କରିଛି । ଏହି ପ୍ରକଲ୍ପ ନିର୍ମାଣ ହେବା ଦ୍ୟାରା ଉକ୍ତ ବନ୍ଧ ରେ ଏକ ବିରାଟ କାୟ ଫାଟ ସୃଷ୍ଟି ହୋଇଛି । ଯାହା ଆଗାମୀ ବର୍ଷା ଦିନରେ ନଦୀ ରେ ବନ୍ୟା ଜଳ ଆସିବା ମାତ୍ରେ ଏଠାରେ ଘାଇ ସୃଷ୍ଟି ହେବାର ଆଶଙ୍କା ସ୍ରୁଷ୍ଟି କରିଛି । ସରକାର ଙ୍କ ଏହି ନୀତି କୁ ପ୍ରତିବାଦ କରି ସ୍ତାନୀୟ ଲୋକ ଙ୍କ ଦ୍ୟାରା ଗଠିତ ନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ଆଜି ଏଠି ଏକ ପ୍ରତିବାଦ ସଭା ଅନୁଷ୍ଠତି ହୋଇଛି। ଏହି ସମ୍ପର୍କରେ ଜଳ ସମ୍ପଦ ବିଭାଗର ଅଧିକାରୀ ଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ