ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର : ଡାବୁଗାଁ

ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରୁ ବୁଧବାର ଉଲଗ୍ନ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ | ସରପଞ୍ଚଙ୍କ ସ୍ଵାମୀ ଘନ ଭତ୍ରା ଏ ସମ୍ପର୍କରେ ପାପଡାହାଣ୍ଡି ଥାନା କୁ ଖବର ଦେଇଥିଲେ | ଖବର ପାଇ ଥାନା ଅଧିକାରୀ ଶୁଭେନ୍ଦୁ ଶବର ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ | ମୃତ ଦେହର ପରିଚୟ ଜଣାପଡି ନଥିବା ବେଳେ ମୃତ ଦେହଟି ଏକ ପୁରୁଷ ଲୋକର ଉଲଗ୍ନ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ | କିନ୍ତୁ କାନରୁ ରକ୍ତସ୍ରାବ ହୋଇଥିବା ବେଳେ ଡାହାଣ ଗୋଡ ଟି ଭାଙ୍ଗି ଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି | ନିକଟରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାରରୁ ଯୁବକ ଜଣକ ଡେଇଁ ପଡିଥିବା, ବିଦ୍ୟୁତ ତାର ଲାଗି ମୁହଁ ଓ ଦେହର କିଛି ଅଂଶ ଜଳି ଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି | ଏନେଇ ପାପଡାହାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସବଇନିସ୍ପେକ୍ଟର ସୁବାସ କର୍କରା ସୂଚନା ଦେଇଛନ୍ତି | ଏହି ଉଦ୍ଧାର ସମୟରେ ଏଏସଆଇ ମନୋରଞ୍ଜନ ପଣ୍ଡା ଓ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ | ଶବ ବ୍ୟବଚ୍ଛେଦ ପରେ ନବରଙ୍ଗପୁର ଶବ ଗୃହରେ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଛି | ଯଦି ମୃତକର ପରିଚୟ ନମିଳେ କିମ୍ବା ମୃତକ କୌଣସି ଦାବିଦାର ନଆସନ୍ତି ତାହାଲେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here