ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ସପଥ ଗ୍ରହଣ ଉତ୍ସବ।

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଥିବା ସଙ୍ଘ କାର୍ଯ୍ୟଳୟରେ ନବ ନିର୍ବାଚିତ ସଘଂ କର୍ମକର୍ତ୍ତା ମାନଙ୍କର ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଓକିଲ ପ୍ରଫୁଲ୍ଲ ଦାସ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସପତପାଠ କରାଇଥିଲେ।ସଭାପତି ଭାବେ ସୁଶୀଳ କୁମାର ଦାଶ,ଉପସଭାପତି ଭାବେ ବିଦ୍ୟାଧର ଦାଶ, ସମ୍ପାଦକ ଭାବେ ସୋମ୍ୟରଞ୍ଜନ ଧଳ,ଯୁଗ୍ମ ସମ୍ପାଦକ ଭାବେ ବିଦ୍ୟାଭୂଷଣ ଦାଶ ,କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର କୁମାର ମିଶ୍ର, ଗ୍ରନ୍ଥ ଗାରିକ ଭାବେ ଶରତ ମଳିକ ପ୍ରମୁଖଙ୍କୁ ସପଥ ଗ୍ରହଣ କରାଇଥିଲେ।

ଏହି ଉତ୍ସବରେ ଜିଲ୍ଲା କୋର୍ଟର ବରିଷ୍ଠ ଓକିଲ ଭୀମସେନ ଭୂଆଁ,କିଶୋର କୁଣ୍ଡ,ଗୋବର୍ଦ୍ଧନ ରାଉତଙ୍କ ସମେତ ପଟ୍ଟାମୁଣ୍ଡାଇ କୋର୍ଟର ପ୍ରମୋଦ କୁମାର ସାହୁ, ଭବାନୀ ଶଙ୍କର ପଣ୍ଡା, ପ୍ରଭାତ ବେରା, ସୁରେଶ ନରେନ୍ଦ୍ର, ବିଜୟ ମହାନ୍ତି, ଶୁଭଲକ୍ଷ୍ମୀ ସ୍ବାଇଁ, ତପନ ନନ୍ଦି ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ। ବରିଷ୍ଠ ଓକିଲ ପ୍ରମୋଦ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ଓକିଲ ମାନେ ଯୋଗଦେଇ କୋର୍ଟର ବିଭିନ୍ନ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନା କରିବା ପାଇଁ ବକ୍ତବ୍ୟ ରଖିଥିଲେ। ସଭାରେ ପ୍ରତାପ ପୁଷ୍ଟି,ଜିତେନ୍ଦ୍ର ନନ୍ଦୀ,ମିର୍ଜା ଫୟାଜଉଦୀନ ବେଗ,ରାମକୃଷ୍ଣ ଦାଶ,ମନୋଜ ନାୟକ, ପ୍ରବିର ପାତ୍ରଙ୍କ ସମେତ ବହୁ ଓକିଲ ଯୋଗଦେଇଥିଲେ । ନବନିର୍ବାଚିତ କର୍ମକର୍ତ୍ତା ମାନେ ସେମାନଙ୍କ ଦାୟିତ୍ୱ ସଠିକ ଭାବେ ତୁଲେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଶେଷରେ ଆଳି କୋର୍ଟର ବରିଷ୍ଠ ଓକିଲ ଶରତ ମହାନ୍ତି ଧନ୍ୟବାଦ ଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here