ରାଉରକେଲା ସହରରେ ବହୁ ମାତ୍ରାରେ ଜିଏସଟି ଠକେଇ , ଜଣେ ଗିରଫ

ରାଉରକେଲା: କଳା କାରନାମା ସହ ଜିଏସଟି ଠକେଇ ମହଙ୍ଗା ପଡୁଛି ଏବେ । ଫୁଲ ଟେ ଫୁଟିଲା ମାନେ ତାର ବାସନା ଚହଟିବ ନିଶ୍ଚିତ । ବେପାର କରିବାଟା ଯଦି ସୁନିଶ୍ଚିତ ତେବେ ଜିଏସଟି ବାବଦରେ ଠକେଇ କେତେଦିନ ଲୁଚି ରହିବ । ବେପାର ବେଳେ କାହା ସାଙ୍ଗରେ ଟିକେ ତୁ ତୁ ମେ ମେ ହେଲା ମାନେ ସରିଲା ଧନ୍ଦା । ବେପାର କରି କୋଟି କୋଟି ଟଙ୍କା ରୋଜଗାର କରିବ । ସେଥିରେ କଳା ଧନ ୯୫ ପ୍ରତିଶତ ଓ ଧଳା ଧନ ମାତ୍ର ୫ ପ୍ରତିଶତ । ଏଥିରେ ତ ଯାହାକଲେ ବି ଫସିବା ଟା ଫସିବ । ଜିଏସଟି ଠକେଇ ପୁଣି ହଜାର କି ଲକ୍ଷ ନୂହେଁ ପୂରା ୩୦୦ କୋଟି ଟଙ୍କାର । ଏହି ବାବଦରେ ଖବର ନେଇ ଆଜି କେନ୍ଦ୍ରୀୟ ଜିଏସଟି ଅଧିକାରୀଙ୍କ ସମେତ ଜିଏସଟି ଦଳ ରାଉରକେଲା ସ୍ଥିତ କୋଏଲ ନଗରରେ ଅତର୍କୀତ ଭାବେ ଚଢାଉ କରି ବଡ ବେପାରୀ ସାଙ୍ଗକୁ ୩୦୦ କୋଟିର ଜିଏସଟି ଠକିଥିବା ସନ୍ତୋଷ କୁମାର ଗୁପ୍ତାଙ୍କୁ ଗିରଫ କରିଥିଲେ ।ତାଙ୍କର କମ୍ପାନୀ ହେଉଛି ୪୦.୬୬ କରୋଡର ଫାର୍ମ । ପ୍ରାଥମିକ ଯାଞ୍ଚ ପରେ ତାଙ୍କୁ ଏସଡିଜିମ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ମାନ୍ୟବର ଜର୍ଜଙ୍କ ନିର୍ଦ୍ଦେଶରେ ୧୪ ଦିନ ପାଇଁ ରିମାଣ୍ଡରେ ନିଆଯାଉଛି ଏବଂ ଏହି ଠକେଇ ବାବଦରେ ତଦନ୍ତ ଜାରି ରହିଛି ତଦନ୍ତ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ମତବ୍ୟକ୍ତ କରିଛନ୍ତି ଜିଏସଟି ଅଧିକାରୀ । ଏହା ସହିତ ଜିଏସଟି ଠକେଇ କରୁଥିବା ବେପାରୀଙ୍କୁ ଧରିବା ପାଇଁ ତଦନ୍ତ ଯୋର ଧରିଛି କେନ୍ଦ୍ରୀୟ ଜିଏସଟି ବିଭାଗର ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here