ତାଇକାଣ୍ଡୋ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ପ୍ରଦାନ ଓ ନୂତନ କାର୍ଯ୍ୟାଳୟ ଉଦଘାଟିତ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ବିଆରଆଇ କ୍ଲବ ରେ ବିଭିନ୍ନ ବେଲ୍ଟ ପାଇଁ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶିକ୍ଷକଙ୍କ ଉପସ୍ଥିତିରେ ପରୀକ୍ଷା କରାଯାଇଥିଲା l ଉକ୍ତ ପରୀକ୍ଷାରେ ହଳଦିଆ ବେଲ୍ଟ ୧୪ ଜଣ, ସବୁଜ ବେଲ୍ଟ ରେ ୫ ଜଣ , ସବୁଜ (୧) ବେଲ୍ଟ ରେ ୬ ଜଣ , ନୀଳ ବେଲ୍ଟ ରେ ୮ ଜଣ, ନୀଳ (୧) ବେଲ୍ଟ ରେ ୨ ଜଣ, ନାଲି ବେଲ୍ଟ ରେ ୩ ଜଣ ଛାତ୍ରଛାତ୍ରୀ ଉର୍ତ୍ତୀର୍ଣ୍ଣ ହୋଇଥିଲେ l ତାଇକାଣ୍ଡୋ ବିଭାଗର ଜାତୀୟ ସାଧାରଣ ସମ୍ପାଦକ ତଥା ୪ର୍ଥ ଡନ ବ୍ଲାକ ବେଲ୍ଟ ତଥା ଆନ୍ତର୍ଜାତୀୟ ଇନ୍ସଟ୍ରକଟର ସାଉଥ କୋରିଆ ମାଷ୍ଟର ମୁକେଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅୟୋଜିତ ହୋଇଥିଲା ଏହି ପରୀକ୍ଷା l ତାଙ୍କ ସହିତ ପରୀକ୍ଷା ସମୟରେ ସହଯୋଗ କରିଥିଲେ ଅତିରିକ୍ତ ଇନ୍ସଟ୍ରକଟର ଅନୁରାଗ ଘୋଷ , ଅସିଅନ୍ତି ଟପ୍ପୋ, ତନିସା ଇନ୍ଦୁଆର । ଏତଦ ବ୍ୟତୀତ ରାଏବୋ୍ଗା ରୋଡ ରେ ତାଇକାଣ୍ଡୋ ବିଭାଗର ଏକ ବଡଧରଣର ନୂତନ ଜାତୀୟ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା l ଉକ୍ତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ମାଷ୍ଟର ମୁକେଶ କୁମାର ସାହୁ l ନୂତନ ଭାବେ ଉଦଘାଟିତ ହୋଇଥିବା କାର୍ଯ୍ୟାଳୟ ରେ ସମ୍ମାନୀତ ଅତିଥି ମାନଙ୍କ ଉପସ୍ଥିତିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ରଙ୍ଗର ବେଲ୍ଟ ଓ ମାନ ପାତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟାଳୟ ର ଉଦଘାଟନକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ତାଇକାଣ୍ଡୋ ଛାତ୍ରଛାତ୍ରୀ ଓ ଅଭିଭାବକ ଗଣ ଆନ୍ତରିକ ଖୁସି ଜାହିର କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ପରୀକ୍ଷା ଠାରୁ ପୁରସ୍କାର ପର୍ଯ୍ୟନ୍ତ କୋଭିଡ ନୀୟମ ପ୍ରତି ବିଶେଷ ଦୃଷ୍ଟି ଦେଇ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here