ଭାରି ଯାନ ଚଳାଚଳ ବନ୍ଦ ନ କଲେ ବଡ ଧରଣର ଆନ୍ଦୋଳନ ପାଇଁ ଚେତାବନୀ : ଜର୍ଜ ତିର୍କୀ

ରାଉରକେଲା : ବିଶ୍ରା , ଜରେଇକେଲା , ବନ୍ଧମୁଣ୍ଡା ରାସ୍ତାରେ ଭାରିଜାନ ଚଳାଚଳକୁ ନେଇ ରାଉରକେଲା ପରିବହନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ପତ୍ର ମାଧ୍ୟମରେ ୩ ଦିନ ପୂର୍ବରୁ ଅବଗତ କରାଯାଇଥିଲା ଯେ ଉକ୍ତ ଅଞ୍ଚଳ ସବୁର ଜନସାଧାରଣଙ୍କ ଘୋର ଅସୁବିଧା ହେତୁ ଭାରିଯାନ ଚଳାଚଳ ବନ୍ଦ କରାଯାଉ। କାରଣ ଥିଲା ଏହି ସବୁ ଅଞ୍ଚଳର ରାସ୍ତା ଘାଟ ଠିକ ନ ଥିବା ସତ୍ବେ ଘୁର୍ଘଟଣାର ଶିକାର ହେଉଥିଲେ ଲୋକେ । ତେବେ ୩ ଦିନ ପୂରିଯିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ଆଞ୍ଚଳିକ ସୁରକ୍ଷା ସମିତି ଓ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ମିଳିତ ଭାବେ ବିଶ୍ରା ଛକରେ ଭୋର ୫ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଅନଶନରେ ବସିଥିଲେ । ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଆୟୋଜିତ ଆନ୍ଦୋଳନ ଓ ଅନଶନରେ ଉଭୟ ପକ୍ଷର ବହୁ କର୍ମକର୍ତ୍ତା ସମ୍ମିଳୀତ ହୋଇ ଆଜିର ଅନଶନର ମାନବୃଦ୍ଧି କରିଥିଲେ । ଅପରାହ୍ନ ପରେ କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ସମେତ ବିରେନ ସେନାପତି , କୈଳାଶ ଚନ୍ଦ୍ର ସାହୁ ଓ ଆଞ୍ଚଳିକ ସୁରକ୍ଷା ସମିତିର ବରିଷ୍ଠ କର୍ମକର୍ତ୍ତା ଗଣ ପରିବହନ ଅଧିକାରୀ ରାଉରକେଲା ବିଶ୍ବରାଜ ବେହେରା , ଏସଡିଓ ପିଡବ୍ଲୁଡି ଆଶୁତୋଷ ଜେନା , ଡିଏସପି ଜ୍ୟୋତିର୍ମୟୀ ଭୋକ୍ତା , ବନ୍ଧମୁଣ୍ଡା ଥାନା ଅଧିକାରୀ ଓ ବିଶ୍ରା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଆଲୋଚନାର ମୁଖ୍ୟ ବିଷୟ ଥିଲା କି ବିଶ୍ରା ଜରେଇକେଲା , ବନ୍ଧମୁଣ୍ଡା ଅଞ୍ଚଳରେ ରାସ୍ତା ଖରାପ ଥିବା ଯୋଗୁଁ ଭାରିଯାନ ଚଳାଚଳ ଏହି ସବୁ ଅଞ୍ଚଳରେ ବନ୍ଦ କରାଯାଉ ଅଥବା ସକାଳ ୬ ଘଟିକାରୁ ରାତ୍ରି ୮ ଘଟିକା ଯାଏଁ ନୋ ଏଣ୍ଟ୍ରି ଲଗାଯାଉ । ଭାରିଯାନ ଉକ୍ତ ଅଞ୍ଚଳ ମାନଙ୍କରେ ଯାତାୟତ କରିବା ସମୟରେ ଲୋକେ ହାଟ ବଜାର କରିବା ଏବଂ ଯାତାୟତରେ ଘୋର ଅସୁବିଧା ହେଉଛି । ଭାରିଯାନ ଚଳାଚଳ ଦ୍ବାରା କୁକୁଡା ଗେଟ ବନ୍ଦ ହେବା ସହ ବିଶ୍ରା ଓ ବନ୍ଧମୁଣ୍ଡା ହାଟରେ ମଧ୍ୟ ଘୋର ଅସୁବିଧା ହେଉଛି । ତେବେ ଦଶ ଦିନ ଭିତରେ ଯଦି ନୋ ଏଣ୍ଟ୍ରି ଲଗାଯିବା ସହ ଭାରିଯାନ ଚଳାଚଳ ବନ୍ଦ ନ ହୁଏ ତା ହେଲେ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ଜର୍ଜ ତିର୍କି । ଆଜିର ଆନ୍ଦୋଳନ ଓ ଅନଶନରେ ଗ୍ୟାନେନ୍ଦ୍ର ଦାସ , ରୋହିତ ଯୋଶେଫ ତିର୍କୀ , ଦେବା କେର୍କେଟା , ସୁଜିତ ଲାକ୍ରା , ସୋମା ମୁଣ୍ଡା , ବାବୁ ଖାନ , ଗୋପାଲ ସିଂ , ବିକ୍ରମ ସିଂ , ସୁନୀଲ ସିଂ , ବିକ୍ରମ ଓରାମ , ରାଜେନ୍ଦ୍ର ରଜାକ , ରାଜେନ୍ଦ୍ର ଶର୍ମା , ତାରିକ ଅଜିତ ଅନସାରି , ସଂଜୀବ ଖେସ , ଧିରେନ ଟପ୍ପୋ , ଶ୍ୟାମ ସାଗର , ଜ୍ଞାନେନ୍ଦ୍ର ଦାସ , ଗୀତା ସାହୁ ଓ ଶୋଭା ସିଂ ପ୍ରମୁଖ ଉପସ୍ଥିତ ରହି ଆନ୍ତରିକ ସହଯୋଗ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here