ପୁଣି ରାଜକନିକା ଥାନା ପୋଲିସ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ଡାଳିକାଏନ୍ଦା ଗ୍ରାମର ସ୍ୱର୍ଗତ ସାଧୁ ଚରଣ ବେହେରାଙ୍କ ପୁଅ ଶରତ କୁମାର ବେହେରା ତାଙ୍କ ପୁଅ ଏବଂ ବିବାହିତା ଝିଅଙ୍କ ସହିତ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣାରେ ବସିବା ସହିତ ଜିଲ୍ଲାପାଳଙ୍କୁ ସେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ-ଜାଗା ବାରି ସମସ୍ୟା ଓ ବିବାଦକୁ ନେଇ ତାଙ୍କ ପଡୋଶୀ ଭାଇମାନଙ୍କ ସହିତ ଆଗରୁ ବାରମ୍ବାର ଝଗଡା ଝାଟି ମାଡପିଟ୍ ଲାଗି ରହୁଥିଲା । ଏପରିକି ପରେ ଉକ୍ତ ଘଟ୍ଟଣା ବା କଥା ଯାଇଁ କୋର୍ଟ କଚେରୀରେ ପହଞ୍ଚିଥିଲା । ଶେଷରେ ସବକଲେକ୍ଟରଙ୍କ ଅଫିସରୁ ଯେଉଁ ଯାଗାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ସେହି ଯାଗା ଉପରେ ୧୪୪ ଧାରା ମଧ୍ୟ ଜାରୀ କରାଯାଇଥିଲା । ହେଲେ କୋର୍ଟ ଜାରୀ କରିଥିବା ୧୪୪ ଧାରାକୁ ଅପର ପକ୍ଷ ନମାନି ପୋଲିସକୁ ଲାଞ୍ଚ ଦେଇ ଯୋର ଜବର ଦସ୍ତ ଅନ୍ୟାୟ ଭାବରେ ଅନ୍ୟଜଣଙ୍କ ଯାଗା ଉପରେ ଘର କରୁଥିବାରୁ, ଯାହାର ଯାଗା ବା ଯାଗାର ପ୍ରକୃର୍ତ ମାଲିକ ଉକ୍ତ ଯାଗା ପାଇଁ ପ୍ରତିବାଦ କରିବାରୁ ଅଭିଯୁକ୍ତ ମାନେ ଜାଗାର ମାଲିକ ଓ ତାଙ୍କ ପରିବାର ଲୋକ ଅତର୍କିତ ଆକ୍ରମଣ କରିବା ସହିତ ସେମାନଙ୍କୁ ମାଡ ମାରିବା ଏବଂ ଅଶୀଳ ଭାଷାରେ ପ୍ରତିଦିନ ଗାଳିଗୁଲଜ କରିବାରୁ ଅଭିଯୋଗ କାରି ଏ ବିଷୟରେ ଥାନାରେ ବାରମ୍ବାର ଜଣାଇଁବା ପରେ ରାଜକନିକା ପୋଲିସ କୁଆଡେ ଓଲଟି ଆସାମୀ ମାନଙ୍କୁ ଡାକି ଘରେ ବସାଇ ସେମାନଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ନେବା ସହିତ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡାଇବାରୁ ବିଚରା ଗରିବ ଏବଂ ନୀରିହ ଆସହାୟ ଲୋକମାନଙ୍କୁ ସେମାନଙ୍କ ହକରୁ ବଞ୍ଚିତ କରିବାରୁ, ସେମାନଙ୍କୁ ନ୍ୟାୟ ନମିଳିବାରୁ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ତାଙ୍କ ସପରିବାର ସହିତ ଭେଟି ତାଙ୍କୁ ଆଗାମୀ ଦିନରେ କେମିତି ତୁରନ୍ତ ନ୍ୟାୟ ମିଳିବ ନିବେଦନ କରିବା ସହିତ ଆହୁରି ମଧ୍ୟ କହିଛନ୍ତି ଯଦି- ସେମାନଙ୍କୁ ତାଙ୍କ ହକ ପାଇବାରୁ ବଞ୍ଚିତ କରାଯାଏ ଏବଂ ନ୍ୟାୟ ନମିଳେ ତେବେ ନିଶ୍ଚିତ ରୂପେ ସେ ଆଗାମୀ ଦିନରେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେଉ ଅବା ରାଜକନିକା ଥାନା ପରିସର ହେଉ ନିଜ ନିଜ ଦେହରେ ଅଗ୍ନି ସଂଯୋଗ କରି ଆତ୍ମହ୍ୟୁତି ଦେବେ ବୋଲି ପ୍ରଶାସନିକ ଅଧିକାରୀଙ୍କ ସହିତ ପୋଲିସକୁ ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଦେଖିବାକୁ ଯାହା ଖାଲି ବାକି ରହିଲା କେବେ ଉକ୍ତ ଦଳିତ ପରିବାରକୁ ରାଜକନିକା ପୋଲିସ ଦେଉଛି ନ୍ୟାୟ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here