ଚାଷୀ ମାରଣ ନୀତିକୁ ତୁରନ୍ତ ପତ୍ୟାହାର ଦାବୀକୁ ନେଇ ବିଭିନ୍ନ ଦଳର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ: କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ପ୍ରତ୍ୟାହାର । ଚାଷୀଙ୍କ ପାଇଁ କରାଯାଇଥିବା ଚାଷୀ ବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର ଦାବିକୁ ନେଇ ଜାତୀୟ କଂଗ୍ରେସଠୁ ଆରମ୍ଭ କରି ସିପିଆଇ, ସିପିଏମ୍ ଏବଂ ଅନ୍ୟାନ୍ୟ କୃର୍ଷକ ସଂଗଠନ ସହିତ ବିଭିନ୍ନ ରାଜନୈତିକ ଦଳର ନେତା, ମନ୍ତ୍ରୀଙ୍କ ସହିତ ହଜାର ହଜାର ଚାଷୀ, ମୂଲୀଆ ମାନେ ମିଳିତ ଭାବେ ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ କେନ୍ଦ୍ର ସରକାର ବିରୋଧି ନାରାବାଜୀ ଓ ସ୍ଲୋଗାନ ଦେବା ସହିତ ମୋଦୀ ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି , ତୁରନ୍ତ ଯଦି ଆଗାମୀ ଦିନରେ କେନ୍ଦ୍ର ପ୍ରେରିତ ଚିଷୀ ମାରଣନିତୀ ବିଲକୁ ପ୍ରତ୍ୟାହାର ଏବଂ ନ ସଂଶୋଧନ କରନ୍ତି ତେବେ ଆଗାମୀ ଦିନରେ ନିଶ୍ଚିନ୍ତ ରୂପେ ସମଗ୍ର ଓଡିଶା ନୁହେଁ ସମଗ୍ର ଭାରତ ବର୍ଷରେ ଚାଷୀଭାଇ ମାନେ ରାଜ ରାସ୍ତାକୁ ଓହ୍ଲାଇବା ସହିତ ଅଖଚକ ବନ୍ଦ୍ କରିବାକୁ ଚେତାବନୀ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଭେଟି କେନ୍ଦ୍ର ସରକାର ବିରୋଧି ଏକ ଦାବି ପତ୍ର ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଚାଲନ୍ତୁ ସିଧାସଳଖ ଯିବା ଏବଂ ପଚାରି ବୁଝିବା ଗଣମାଧ୍ୟମ ଆଗରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ଵର ବେହେରାଙ୍କ ସମେତ ରାଜନଗର ବିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଏବଂ ସିପିଆଇ ସିପିଏମ୍ ନେତାମାନଙ୍କ ପ୍ରତିକ୍ରିୟା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here