ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ : ସୁନ୍ଦରଗଡ

ସୁନ୍ଦରଗଡର ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ସହକୀରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ବିଭାଗର ଚଢାଉ ଜରିରହିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିବା ଯଣା ପଡିଛି । ରାଉରକେଲା ସ୍ବତନ୍ତ୍ର ବିଚାରପତି (ଭିଜିଲାନ୍ସ) ଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଛି ବୋଲି ବିଭାଗ କହିଛି । ଭିଜିଲାନ୍ସର ଏକ ୪୦ ଜଣିଆ ଦଳ ଏହି ଚଢାଉ ସବୁଆଡେ ଯାରି ରଖିଛନ୍ତି । ନାରାୟଣ ପ୍ରଧାନ ରହୁଥିବା ଏ.ଡି.ବି. କଲୋନିର କ୍ବର୍ଟର ନମ୍ବର ୭ ,ତାଙ୍କ କାର୍ଯ୍ୟାଳୟ , ଦେବଗଡ ଜିଲ୍ଲା କେନ୍ଦୁଘାଟ ସ୍ଥିତ ଫାର୍ମ ହାଉସ,ଦେବଗଡ ତାବିଡ ସ୍ଥିତ ପୈତୃକ ଗୃହ,ଅନୁଗୁଳ ଟାଉନ ସ୍ଥିତ ଶ୍ବଶୁର ଘର, ଦେବଗଡ ରେ ଥିବା ତାଙ୍କ ଭାଇଙ୍କ ଗୃହରେ ଭିଜିଲାନ୍ସ ବିଭାଗ ଏକା ସଙ୍ଗରେ ଚଢାଉ କରିବା ସହ ତଦନ୍ତ କରୁଥିବା ଜଣା ପଡିଛି । ତେବେ ତାଙ୍କ ସରକାରୀ ବାସ ଭବନରୁ ଭିଜିଲାନ୍ସ ବିଭାଗ ଦେଢ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରିବା ସହ ବହୁ ମୂଲ୍ୟର ସୁନା ଅଳଙ୍କାର, ୨୫ ଟି ଜୀବନବୀମା ପଲିସି,କେତେକ ବ୍ୟାଙ୍କ ପାସବୁକ ଇତ୍ୟାଦି ଜବତ କରିଛି ।ନାରାୟଣଙ୍କ କେନ୍ଦୁଘାଟ ସ୍ଥିତ ଫାର୍ମ ହାଉସଟି ୧୬ ଏକର ଜମି ବିଶିଷ୍ଟ ହୋଇଥିବା ଭିଜିଲାନ୍ସ ଡି.ଏସ୍.ପି ସୂଚନା ଦେଇଛନ୍ତି ।ତେବେ ତାଙ୍କର ସମ୍ବଲପୁର ସହରରେ ୩୩ ଡିସିମିଲ, ଖୋର୍ଦ୍ଧା ର ଜଟଣିରେ ୯ ଡିସିମିଲ ଜମିଥିବା କଥା ଭିଜିଲାନ୍ସ ବିଭାଗ କହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here