ଗଭୀର ନଳକୂପରେ ପାଣି ମୋଟର ନ ଲାଗି ବିଜୁଳି ବିଲ ଆସିଛି ୨୨ ହଜାର :

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମାଲିଡିହି ପଞ୍ଚାୟେତରେ ଥିବା ରାନିପିଆ ଗ୍ରାମରେ ଚାଷୀ ମାନଙ୍କ ସୁବିଧା ସକାାସେ ୨୦୧୪ ମସିହାରେ ଏକ ଗଭୀର ନଳକୂପ ବସା ଯାଇଥିଲା । ହେଲେ ଉକ୍ତ ନଳକୂପରେ ପାଣିମୋଟର ବସା ଯାଇ ନ ଥିଲାକି ବିଜୁଳି ମଧ୍ୟ ସଂଯୋଗ ହୋଇ ନ ଥିଲା । ତେବେ ଉକ୍ତ ଗଭୀର ନଳକୂପ ପାଇଁ ଆସିଥିବା ପାଣି ମୋଟରକୁ କିଏ ବ୍ୟବହାର କରୁଛି ତାହା ତଦନ୍ତ ସାପେକ୍ଷ ? ହେଲେ ଗ୍ରାମବାସୀ ଅନେକ ଥର ପଞ୍ଚାୟେତ , ବ୍ଲକ ଓ ବିଜୁଳି ବିଭାଗୀୟ କାର୍ଯ୍ୟାଳୟକୁ ଯାଇ ଖାଲି ହାତରେ ଫେରି ଆସିଛନ୍ତି ତଥା କଟୁକଥା ମଧ୍ୟ ସହିବାକୁ ପଡିଛି ଗ୍ରାମବାସୀଙ୍କୁ । ତେବେ ଗଭୀର ନଳକୂପ ପାଇ ଆସିଥିବା ପାଣି ଭୋଟର ଗଲା କୂଆଡେ ଓ ତାକୁ ବ୍ୟବହାର କରୁଛି କିଏ ତାର ଖବର ନାହିଁ ସରକାରୀ କଳ ପାଖରେ । ମୁଖ୍ୟ ବିଷୟ ହେଉଛି ଗଭୀର ନଳକୂପରେ ପାଣି ମୋଟର ନ ଲାଗି ବିଜୁଳି ବିଲ ଆସିଛି ୨୨ ହଜାର ଟଙ୍କା । ଏହି ବିଲକୁ ଦେଖିଲା ବେଳେ ଲାଗୁଛି କେହିଜଣେ ମୋଟର ଚଳାଉଛି । ଚାଷୀ ମାନଙ୍କ ପାଇଁ ଖୋଳା ଯାଇଥିବା ଗଭୀର ନଳକୂପର ଆଦୌ ସୁବିଧା ପାଉ ନାହାଁନ୍ତି । ଏହା ଉପରେ ବିଶେଷ ଦୃଷ୍ଟି ଦେଇ ସୁନ୍ଦରଗଡ ଜିଲ୍ଲାପାଳ ପାଣି ମୋଟର ବିଷୟରେ ଖୋଳତାଡ କଲେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ଏବଂ ଚାଷୀ ମାନଙ୍କୁ ଚାଷ ପାଇଁ ପାଣି ମିଳିବାକୁ ସୁବିଧା ହେବ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here