ନିଆଁ ପୁଆଉ ଥିବା ବେଳେ ଶାଢିରେ ନିଆଁ ଲାଗି ଚିକିତ୍ସାଧିନ ଅବସ୍ଥାରେ ମହିଳା ମୃତ :

ମୃତ୍ୟୁ ଜାଣେନା ସମୟ ସ୍ଥାନ କାଳ ପାତ୍ର । କେତେ ବେଳେ ଅପମୃତ୍ୟୁ ମାଡି ଆସେ ମଣିଷ ଜାଣି ସୁଦ୍ଧା ପରେ ନାହିଁ , ତାର ଇହଲୀଳା ସମ୍ବରଣ ହୋଇଯାଏ । ଏଭଳି ଏକ ମର୍ମନ୍ତୁଦ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ ଜିଲ୍ଲା ସଲଙ୍ଗାବାହାଲ ପଞ୍ଚାୟେତ ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ । ସାହାଜବାହାଲ ଗ୍ରାମର ବାସୀନ୍ଦା ଜନୈକା ମହିଳା ଗତ କାଲି ଅପରାହ୍ନରେ ଗାଧୋଇ ଆସି ନିଜ ଘର ବାରିପଟେ ବସି ନିଆଁ ପୁଆଉ ଥିବା ସମୟରେ ହଠାତ ତାଙ୍କ ପିନ୍ଧା ଶାଢୀରେ ନିଆଁ ଲାଗି ଦେହର ଅଧିକାଂଶ ଅଂଶ ଜଳି ଯାଇଥିବା ବେଳେ ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ନେଇ ଆରଜିଏଚରେ ଭର୍ତ୍ତି କରିଥିଲେ ଚିକିତ୍ସା ପାଇଁ । ହେଲେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତା ମହିଳା ସାହାଜବାହାଲ ଗ୍ରାମର ଅଧିବାସୀ ଅନୁପମା ନାଏକ (୪୯) ବୋଲି ଜଣାପଡିଛି । ଖବରପାଇ ରାଏବଗା ଥାନା ପୋଲିଶ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ରାଏବଗା ଥାନା ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here