ବ୍ରାହ୍ମଣୀ ତରଙ୍ଗରେ ଫୁଟିଲା ଗୁଳି , ମହିଳା ଗୁରୁତର: ରାଉରକେଲା

ରାଉରକେଲା: ରାଉରକେଲା ସହର ସ୍ଥିତ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଙ୍ଗ୍ ଟୋଲା ଅଞ୍ଚଳରେ ଫୁଟିଲା ଗୁଳି । ସ୍ଥାନୀୟ ଅଞ୍ଚଳର ବାସୀନ୍ଦା ମହିଳା ଗୁରୁତର । ଆଶଙ୍କା କରାଯାଉଛି ପୂର୍ବ ଶତୃତାକୁ ନେଇ ଘଟିଛି ଏଇ ଗୁଳିକାଣ୍ଡ । ମା ଓ ପୁଅ ଘରକୁ ଫେରୁଥିବା ବେଳେ କିଛି ଅଜଣା ଦୁର୍ବୁର୍ତ୍ତ ୩ ରାଉଣ୍ଡ ଗୁଳି ଫୁଟାଇଥିଲେ । ଯେଉଁଥିରେ ୨ ରାଉଣ୍ଡ ଗୁଳି ବେକାର ଯାଇଥିବା ବେଳେ ୩ ନଂ ଗୁଳିଟି ନିର୍ମଳା ଦେବୀ ନାମ୍ନୀ ମହିଳାଙ୍କ ବାମ ପଞ୍ଜରାରେ ବାଜି ଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆରଜିଏଚ ଓ ପରେ ଅଧିକ ଚିକିତ୍ସା ପାଇଁ ଆଇଜିଏଚ ନିଆ ଯାଇଥିବା ଜଣାପଡିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ । ଖବର ପାଇ ବ୍ରାହ୍ମଣୀ ତରଙ୍ଗ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ ତନାଘନା ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here