ଧୁଳି ଧୁଆଁ ଭିତରେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଉଛି ଚାଷୀ , ଦାଉ ସାଧୁଛି ଡିଏସଡବ୍ଲୁ ଖଣି :

ଚାଷୀ ହସିଲେ ହସେ ମା ମାଟି । ହେଲେ ସବୁ ପରିଶ୍ରମ କରି ସୁଦ୍ଧା ଚାଷୀ ନିଜର ପରିବାରର ଭରଣ ପୋଷଣ ପାଇଁ ଅସମର୍ଥ ହେଉଛି ଖଣି ଧୁଳି ସକାସେ । ନିକଟରେ ଖଣିର ଧୁଳି ପଡି ପଡି ଚାଷ ଜମିର ଉର୍ବରତା କମିବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କାଶୀରା ପଞ୍ଚାୟେତ ଅନ୍ତର୍ଗତ କାଶୀରା ଗ୍ରାମରେ । ଏହି ଗ୍ରାମର ୮୦ ପ୍ରତିଶତ ଅଧିବାସୀ ପରିବା ଓ ଅନ୍ୟାନ୍ୟ ଚାଷ ଦ୍ରବ୍ୟ ଉପାର୍ଜନ କରି କୋଇଡା ମୁଖ୍ୟ ହାଟରେ ବିକ୍ରିକରି ଯେନତେନ ପ୍ରକାରେଣ ନିଜର ଓ ପରିବାରର ଭରଣ ପୋଷଣ କରିଥାନ୍ତି । ହେଲେ ଏପରେ ଚାଷ ପାଇଁ ପାଣିର ପ୍ରବଳ ଅସୁବିଧା ହେଉଥିବା ବେଳେ ସବୁଠୁ ବେଶୀ ଦାଉ ସାଧୁଛି ଚାଷ ଜମିଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଡିଏସଡବ୍ଲୁ ଖଣି । ଜଣେ ଚାଷୀଙ୍କୁ ଆମେ ଏ ବିଷୟରେ ପଚାରିବାରୁ ସେ କହିଲେ ଚାଷ ପଔଇଁ ଯେତେ ଭଲ ସାର ବିହନ , ମଞ୍ଜି ପୋତିଲେ କ’ଣ ହେବ ଆଜ୍ଞା ଆମ ଗ୍ରାମର ପରିବା ସକାସେ ସମଗ୍ର ପଞ୍ଚାୟେତ ବାସୀ ଅନେଇ ବସିଥିବା ବେଳେ ଖଣି ଧୁଳି ସକାସେ ଆମେ ଚାଷୀଗଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ । ଉକ୍ତ ଗ୍ରାମରେ କୋଡିଏ ରୁ ପଚିଶ ଜଣ ଚାଷୀ ବାଇଗଣ , ଟମାଟର , ବିନ୍ସ , କୋବି ଇତ୍ୟାଦି ପରିବା ଊତୁ ଅନୁଯାଇ ଚାଷ କରୁ ହେଲେ ଡିଏସଡବ୍ଲୁ ଖଣିରୁ ଏତେ ମାତ୍ରାରେ ଧୁଳି ନିର୍ଗତ ହେଉଛି ଯେ ବାଇଗଣ , ଟମାଟର ଗଛ ମରିଯିବା ସହ ବିନ୍ସ ଗଛ ମଧ୍ୟ ଉପରକୁ ଉଠି ପାରୁନି ବୋଲି ଦୃଢତାର ସହିତ ମତବ୍ୟକ୍ତ କରିଛନ୍ତି ଜନୈକ ବଡ ଚାଷୀ ପଙ୍କଜ କୁମାର ଦେହୁରୀ । ତେବେ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଖଣିରୁ ନିର୍ଗତ ହେଉଥିବା ଧୁଳିଧୁଆଁକୁ ବନ୍ଦ କରାଇବାର ବ୍ୟବସ୍ତା କଲେ ଚାଷୀ କୂଳ ବଞ୍ଚି ରହିବା ସହ ନିଜର ଓ ପରିବାରର ତଥା ପଞ୍ଚାୟେତ ବାସୀଙ୍କର ଅଭାବକୁ ପୂରଣ କରିପାରନ୍ତୁ ବୋଲି କହିଛନ୍ତି ବଡ ଚାଷୀ ଶ୍ରୀ ଦେହୁରୀ । ତେବେ ପ୍ରଦୂଷଣ ବିଭାଗ ମଧ୍ୟ ଏଥିପ୍ରତି କୌଣସି ଧ୍ୟାନ ଦେଉ ନ ଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚାଷୀ । ପ୍ରଦୂଷଣ ଅଧିକାରୀ ନିଜର ମାସିକିଆ ରାଧେ ରାଧେ ପ୍ରତି ଧ୍ୟାନ ନ ଦେଇ ଚାଷୀକୂଳ ପ୍ରତି ଟିକିଏ ବି ଧ୍ୟାନ ଦିଅନ୍ତିତ ଆଜି ଚାଷୀକୂଳ ପାଇଁ ଏଭଳି ପରିସ୍ଥିତି ଉପୁଜନ୍ତା ନାହିଁ । ଏହା ଉପରେ ଜିଲ୍ଲାପାଳ ବିଶେଷ ଦୃଷ୍ଟି ଦେବାକୁ କାଶୀରା ଗ୍ରାମର ଚାଷୀକୂଳ ଦାବୀ କରିଛି ।

ସୁନ୍ଦରଗଡ଼ କୋଇଡା ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍ ଓଡ଼ିଶI1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here