ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ବିଖୋଭ ପ୍ରଦର୍ଶନ : ଜଗତସିଂହପୁର

ଜଗତସିଂହପୁର(14/12/20): ଗତ ଜାନୁଆରୀ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ସୂଚନା ଅଧିକାର କର୍ମୀ ତଥା ଦଳିତ ନେତା ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ଏହି ହତ୍ୟାକାଣ୍ଡ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀଙ୍କୁ ବହିଷ୍କାର କରାଯିବା  ଏବଂ କେନ୍ଦ୍ରାପଡ଼ା ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜଗତସିଂହପୁର ଥାନା ଛକ ନିକଟରେ  ବିଖୋଭ ପ୍ରଦର୍ଶନ କରାଯାଇଥିଲା ।ଏହି ଅଵସରରେ ସୂଚନା ଅଧିକାର କର୍ମୀ ପ୍ରଶାନ୍ତ ରାଉତରାୟଙ୍କ ନେତୃତ୍ୱରେ ଏକ ଶୋଭଯାତ୍ରା ସ୍ଥାନୀୟ ଟାଉନ ହଲ ନିକଟରୁ ବାହାରି ଥାନା ଛକ ନିକଟରେ ପହଁଚି ବିଖୋଭ ପ୍ରଦର୍ଶନ କରିବା ସହିତ ବିଧାୟକ ଅତନୁ ସବ୍ୟସାଚୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ଏହି ଘଟଣାରେ ତୁରନ୍ତ ହତ୍ୟାକାରୀକୁ ଗିରଫ କରିବା ସହିତ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୧୪ ତାରିଖରେ ନବୀନ ନିବାସ ଚାଲ ଅଭିଯାନରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା ।

ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here